ବାଲେଶ୍ୱରରେ ପୁଲିସ୍‌ ଡିଜି ଅଭୟ; ଥାନା ବୁଲିଲେ, ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନ କଲେ

ବାଲେଶ୍ୱରରେ ପୁଲିସ୍‌ ଡିଜି ଅଭୟ; ଥାନା ବୁଲିଲେ, ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନ କଲେ

ବାଲେଶ୍ୱର: ପୁଲିସ୍‌ ଡିଜି ଅଭୟ ଆଜି ବାଲେଶ୍ୱର ଗସ୍ତରେ ଆସି ସହରର ବିଭିନ୍ନ ଥାନା ଓ ପରେ ଜଳେଶ୍ବର ଲଖନ୍ନାଥ ଯାଇ ସେଠାରେ ଥିବା ଅନ୍ତଃରାଜ୍ୟ ଚେକପୋଷ୍ଟର ସ୍ଥିତି ସମୀକ୍ଷା କରିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ବାଲେଶ୍ବର ରିଜର୍ଭ ପୁଲିସ୍‌ ପଡ଼ିଆରେ ହେଲିକପ୍ଟର ଯୋଗେ ଡିଜି ଅଭୟ ଅବତରଣ କରିଥିଲେ। ଏହାପରେ ସେ ପୁଲିସ ବାରାକ, ଟାଉନ ଥାନା, ସଦର ଥାନା, ସହଦେବଖୁଣ୍ଟା ଥାନା ସମେତ ସହରର ବିଭିନ୍ନ ନାକା ପଏଂଟରେ କରୋନା ମହାମାରୀର ମୁକାବିଲା ପାଇଁ ସେଠାରେ ନିୟୋଜିତ ହୋଇଥିବା ପୁଲିସକର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ।

publive-image
ଏହି ଗସ୍ତ ଅବସରରେ ଶ୍ରୀ ଅଭୟ ଜଳେଶ୍ବର ସ୍ଥିତ ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟକୁ ଯାଇଥିଲେ। ସେଠାରେ ପୁଲିସ୍‌ ବ୍ୟବସ୍ଥାର ସମୀକ୍ଷା କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତି ଜିଲ୍ଲାପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ତେଣୁ ଯେପରି ସୀମା ଡେଇଁ କେହି ଯେପରି ପ୍ରବେଶ କରି ନପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଡିସି ଅନୀଲ ସାମଲ, ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଳକିଶୋର ମଧ୍ୟ ଡିଜିଙ୍କ ସହ ଉପସ୍ଥିତ ରହି ଜିଲ୍ଲାରେ କରୋନା ସ୍ଥିତି ଓ ସୀମା ସୁରକ୍ଷାର ନିରୀକ୍ଷଣ କରିଛନ୍ତି। ଏହାପରେ ଡିଜି ଅଭୟ ମୟୁରଭଞ୍ଜ ଗସ୍ତରେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe