ସମ୍ବଲପୁରରେ ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ଅଛି: ପୁଲିସ ଡିଜି

ସମ୍ବଲପୁରରେ ପରିସ୍ଥିତି  ଏବେ ଶାନ୍ତିପୂର୍ଣ୍ଣ ଅଛି: ପୁଲିସ ଡିଜି

ଭୁବନେଶ୍ୱର: ସମ୍ବଲପୁରରେ ହିଂସାକାଣ୍ଡ ନେଇ ପୁଲିସ ଡିଜି ସୁନୀଲ ବଂଶଲ ଆଜି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗତକାଲି କିଛି ଅପ୍ରିୟ ଘଟଣା ଘଟିଛି। ଆମେ ଅଧିକ ପୁଲିସ୍ ଫୋର୍ସ ପଠାଇଛୁ। କେତେକ ସିନିୟର ଅଫିସର ସେଠାରେ ଅଛନ୍ତି। ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ଆମେ ଦେଖିବୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଛି। ସେହି ହିସାବରେ ନିଷ୍ପତ୍ତି ନେବୁ। ଯେଉଁମାନେ  ଗଣ୍ଡଗୋଳ ପାଇଁ ପ୍ରୟାସ କରିଥିବେ  ଏବଂ ଯେଉଁମାନଙ୍କ ଯୋଗୁ ଗଣ୍ଡଗୋଳ ହୋଇଛି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେନେଇ  ଆସେସମେଣ୍ଟ କରାଯିବ।

ଏଣେ ସଦ୍ୟତମ ସୂଚନା ଅନୁଯାୟୀ, ପୁଲିସ ଡିଜି ସୁନୀଲ ବଂଶଲ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସହ  ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା ମଧ୍ୟ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe