ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଅନୁରୋଧ କଲେ ପୁଲିସ୍ ମହାନିର୍ଦ୍ଦେଶକ

ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି, ପରବର୍ତ୍ତୀ ଡିଜିପିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲା

Odisha News Insight

ଭୁବନେଶ୍ବର: ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଣିଥରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆହ୍ବାନ ଦେଇଛନ୍ତି। ମାଓବାଦୀମାନେ ପ୍ରତିବର୍ଷ ଜାନୁଆରୀ୨୬କୁ ବର୍ଜନ କରନ୍ତି। କିନ୍ତୁ ସେମାନଙ୍କୁ ଅନୁରୋଧ ସେମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହୁଅନ୍ତୁ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ।
ସେ ସୂଚନା ଦେଇଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପରେଡରେ ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ।

ଆଜି ସାଧାରଣତନ୍ତ୍ର ଦିବସ ପରେଡର ଶେଷ ରିହରସଲ ଦେଖିବା ପରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ, କହିଛନ୍ତି ,‘ଏଥର ପରେଡରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍ କରିବୁ, ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନୁମତି ନ ଥିଲେ ବି ସେମାନେ ଆମ ସହ ରହିଛନ୍ତି।’
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି। ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ଏବଂ ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe