ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଣି ଥରେ ଆହ୍ୱାନ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ

ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଣି ଥରେ ଆହ୍ୱାନ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି। ଏନେଇ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱାଭିମାନ ଅଞ୍ଚଳର ସିଂହରାମ ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି ପକ୍ଷରୁ ସର୍ଚ୍ଚ ଚାଲିଥିବା ବେଳେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ପରେ ସେଠାରୁ ନକ୍ସଲମାନେ ପଳାୟନ କରିଥିଲେ। କିନ୍ତୁ ଗୁଳି ବିନିମୟ ବେଳେ ଦୁଇଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି।

ଏମାନଙ୍କ ଭିତରେ ଜଣେ ପୁରୁଷ  ଓ ଜଣେ ମହିଳା ନକ୍ସଲ ଅଛନ୍ତି। ଉଭୟେ ବଡ଼ ର‍୍ୟାଙ୍କ୍‌ର ନକ୍ସଲ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ସେହି ଅଞ୍ଚଳରୁ କେତେକ ରାଇଫଲ୍ ଏବଂ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।  ସ୍ୱାଭିମାନ ଅଞ୍ଚଳକୁ ନକ୍ସଲମୁକ୍ତ କରିବା ପାଇଁ ସଙ୍କଳ୍ପ ନିଆଯାଇଛି ବୋଲି ସେ କହିଛନ୍ତି। ଏହା ସହିତ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ପୁଣି ଥରେ ଆହ୍ୱାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe