କରୋନା ଟିକା, ଚିକିତ୍ସା, ପରୀକ୍ଷା ଆଳରେ ସାଇବର ଠକେଇ ଘଟଣା: ଭିଡିଓ କଲ୍‌ରୁ ଦୂରେଇ ରହିବା ପାଇଁ ପରାମର୍ଶ, ସତର୍କ କରାଇଲେ ଡିଜିପି

ଏଣିକି ଓଡ଼ିଆରେ ଲେଖାଯାଇ ପାରିବ ଚାର୍ଜସିଟ୍

ଭୁବନେଶ୍ବର : କରୋନା ଟିକା ଓ ଚିକିତ୍ସା ନାଁରେ ଜାଲ ବିଛାଇ କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ସାଇବର ଠକ। ଏମାନଙ୍କଠାରୁ ସତର୍କ ରହିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ଅଭୟ। ସେ କହିଛନ୍ତି, ଟିକା ରେଜିଷ୍ଟ୍ରେସନ୍‌ ନାଁରେ ସାଇବର ଅପରାଧୀ ନକଲି ଆପ୍ ଓ ‌ୱେବ୍‌ସାଇଟ୍ କରିଛନ୍ତି। ଲୋକଙ୍କୁ ଠକି ଚାଲିଛନ୍ତି। ସରକାରଙ୍କ ଦ୍ବାରା ହୋଇଥିବା କୋୱିନ୍‌ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ଆପ୍ ଜରିଆରେ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି। ଏହାବାଦ୍ ଅନ୍ୟ କୌଣସି ଆପ୍ କିମ୍ବା ଓ୍ଵେବ୍‌ସାଇଟ୍‌କୁ ବିଶ୍ବାସ ନ କରିବା ପାଇଁ ସେ କହିଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ସମ୍ବନ୍ଧିତ ମେଡିସିନ୍, ଇଞ୍ଜେକସନ୍, ଅକ୍ସିଜେନ୍ ଦେବା ନାଁରେ ମଧ୍ୟ ସାଇବର ଅପରାଧୀ ଠକେଇ କରୁଛନ୍ତି। ସୋସିଆଲ୍ ମିଡିଆ ଏବଂ ଓ୍ଵେବ୍‌ସାଇଟ୍‌ରେ ଅନେକ ବିଜ୍ଞାପନ, ଫୋନ୍ ନମ୍ବର ରହିଛି। ମେଡିସିନ୍, ଅକ୍ସିଜେନ୍‌ ବାବଦରେ ଆଗୁଆ ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଏହି କାରବାର କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିନେବା ଆବଶ୍ୟକ। ଫଳରେ ଠକେଇରୁ ଲୋକ ବର୍ତ୍ତି ଯାଇପାରିବେ। ସେହିପରି ଟେଲି ମେଡିସିନ୍ ସେବା ମଧ୍ୟ ଉପଲବ୍ଧ ହେଉଛି, ଯାହାର ଚାର୍ଟ ସୋସିଆଲ ମିଡିଆରେ ବୁଲୁଛି। ସରକାର ଓ କେତେକ ଏନ୍‌ଜିଓଙ୍କ ପକ୍ଷରୁ ଏହି ସେବା ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ କେତେକ ଏହି ସେବା ନାଁରେ ଟଙ୍କା ମାଗୁଛନ୍ତି। ଏହାକୁ ଭଲ ଭାବେ ଯାଞ୍ଚ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେହିପରି କୋଭିଡ୍ ପରୀକ୍ଷା ନାଁରେ ମଧ୍ୟ ଠକେଇ ଆରମ୍ଭ ହୋଇଗଲାଣି। କୋଭିଡ୍ ପରୀକ୍ଷା ପାଇଁ ଦିଆଯାଉଥିବା ଆପ୍, ‌ୱେବ୍‌ସାଇଟ୍‌କୁ ବିଶ୍ବାସ ନ କରିବା ପାଇଁ ଶ୍ରୀ ଅଭୟ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe