Shreya's show: ଶ୍ରେୟାଙ୍କ ସୋ’କୁ ନେଇ ଡିଜିଙ୍କ ବଡ଼ ବୟାନ: ମେଗା ଷ୍ଟାର୍‌ଙ୍କୁ ଡାକିବା ବେଳେ ଚିନ୍ତା କରିବା କଥା

ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଶ୍ରେୟା ଘୋଷାଲଙ୍କ ସୋ’ରେ ଦଳାଚକଟା ସ୍ଥିତି ପ୍ରସଙ୍ଗରେ ପୁଲିସ ଡିଜି ଵାଇ.ବି. ଖୁରାନିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ସମୟରେ ପର୍ବପର୍ବାଣି ଓ ଯାତ୍ରା ହୁଏ, ସେ ସମୟରେ ମେଗା ଷ୍ଟାର୍‌ମାନଙ୍କୁ ଡାକିବା କଥା କି ନୁହେଁ....

shreya

Photograph: (Black Hat Talent Solutions)

କଟକ: ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଶ୍ରେୟା ଘୋଷାଲଙ୍କ ସୋ’ରେ ଦଳାଚକଟା ସ୍ଥିତି ପ୍ରସଙ୍ଗରେ ପୁଲିସ ଡିଜି ଵାଇ.ବି. ଖୁରାନିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ସମୟରେ ପର୍ବପର୍ବାଣି ଓ ଯାତ୍ରା ହୁଏ, ସେ ସମୟରେ ମେଗା ଷ୍ଟାର୍‌ମାନଙ୍କୁ ଡାକିବା କଥା କି ନୁହେଁ, ସେ ସମ୍ପର୍କରେ ଆୟୋଜକମାନେ ଚିନ୍ତା କରିବା ଓ ବିଚାର କରିବାର ଅଛି। ତୁଳସୀପୁରସ୍ଥିତ ପୁଲିସ କଲୋନିରେ ଓଡ଼ିଶା ବରିଷ୍ଠ ପୁଲିସ ଅଧିକାରୀ ମହିଳା କ୍ଲବ୍‌ର ୨୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମରେ ଏ ପ୍ରକାର ମତ ରଖିବା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ଡିଜିପି କହିଛନ୍ତି ଯେ ବାଲିଯାତ୍ରାରେ ଏଥର ଅଧିକ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଲୋକପ୍ରିୟ ଅଥବା ବଡ଼ ଷ୍ଟାର୍‌ଙ୍କୁ ଦେଖିବାକୁ ଓ ଶୁଣିବାକୁ ଲୋକଙ୍କ ଭିତରେ ଉତ୍ସାହ ଥାଏ। ବାଲିଯାତ୍ରା ଭିଡ଼ ସହିତ ଏଭଳି ଭିଡ଼ର ମୁକାବିଲା ପାଇଁ ଗତକାଲି କମିସନରେଟ୍ ପୁଲିସ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଲୋକଙ୍କ ଭିତରେ ଉତ୍ସାହ ଅଧିକ ଥିଲା। କିଛି ସମୟ ପାଇଁ ଠେଲାପେଲା ହୋଇଥିଲା, କିନ୍ତୁ କୌଣସି ବଡ଼ ଅଘଟଣ ହୋଇନଥିଲା ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ତେବେ ଡିଜିଙ୍କ ଏଭଳି ବକ୍ତବ୍ୟ ନୂଆ ବିତର୍କର କ୍ଷେତ୍ର ପ୍ରସ୍ତୁତ କରିଛି। ବାଲିଯାତ୍ରା ପରିଚାଳନା ଓ ବିଭିନ୍ନ ନିଷ୍ପତ୍ତିରେ ପୁଲିସ-ପ୍ରଶାସନ ସମନ୍ବୟରେ ସମସ୍ୟା ରହିଥିବା ଏହା ପରୋକ୍ଷରେ ସୂଚାଇ ଦେଉଛି। ବାଲିଯାତ୍ରା ସମୟରେ ଅନେକ ଘଟଣାରେ ଏହା ପ୍ରତିଫଳିତ ହୋଇ ଆସୁଥିବା ବେଳେ ରାଜ୍ୟ ପୁଲିସ ମୁଖ୍ୟଙ୍କ ଏଭଳି ବକ୍ତବ୍ୟ ଏଥିରେ ମୋହର ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe