ମହଙ୍ଗା ପଡିଲା ଢାବାରେ ଖାଦ୍ୟ ଦେବା, ଢାବା ମାଲିକଙ୍କୁ ୫ ହଜାର ଜରିମାନା

Advertisment
ମହଙ୍ଗା ପଡିଲା ଢାବାରେ ଖାଦ୍ୟ ଦେବା, ଢାବା ମାଲିକଙ୍କୁ ୫ ହଜାର ଜରିମାନା

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ କରୋନା ମହାମାରି ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟା ଛଅଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନାଇଟ୍ କର୍ଫ୍ୟୁ ଜାରି ରହିଛି। ଲକ୍ଷ୍ମୀପୁର ଥାନା ଅଧିକାରି ଗୌରହରି ସାହୁ ,ସବଇନିସପେକ୍ଟର୍ ସମ୍ବିତ ସ୍ଵାଇଁ ଓ ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ତହସିଲଦାର ଉପେନ୍ଦ୍ର ଲୁହା ,ଆଇଆରବି ଯବାନ ମାନଙ୍କୁ ଧରି ଘନ ଘନ ପାଟ୍ରୋଲିଂ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।ପାଟ୍ରୋଲିଂ ଯୋଗୁଁ ସନ୍ଧ୍ୟା ହେବା ମାତ୍ରେ ବଜାର ପୁରା ଶୁନ୍‌ଶାନ୍‌ ହୋଇଯାଉଥିବା ବେଳେ ରାତ୍ରକାଳିନ ବସ ଚଳାଚଳ କାରଣରୁ କିଛି ଢାବା ଖୋଲା ରହୁଚି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ  କ୍ରମେ ରାତିରେ ଯାଉଥିବା ବସ ଗୁଡିକର ପାସେଞ୍ଜରଙ୍କ ସକାଶେ କେବଳ ପାର୍ସଲ ଦେବା ପାଇଁ ନିୟମ ଜାରି କରାଯାଇଛି, କିନ୍ତୁ ଢାବା ମାଲିକ କହିବା ସତ୍ବେ ପାସେଞ୍ଜର ମାନେ ରାତି ଅଧରେ କେଉଁଠି ଖାଇବୁ କହି ଜିଦି କରୁଛନ୍ତି, ଯାହାଫଳରେ କି ଢାବା ସମ୍ମୁଖରେ ହିଁ ଖାଉଛନ୍ତି।

ଗତକାଲି ରାତିରେ ଏପରି ନନ୍ଦନ ଢାବା ନିକଟରେ କିଛି ବସ ପାସେଞ୍ଜର୍ ପାର୍ସଲ ନେଇ ଢାବା କଡରେ ଖାଉଥିବା ନଜର ଆସିବା ପରେ ତହସିଲ ଦାର୍ ଚଢାଉ କରି ଉକ୍ତ ଢାବା ମାଲିକ ପ୍ରଦିପ ଚୌଧୁରୀଙ୍କ ଠାରୁ ପାଞ୍ଚ ହଜାର ଜୋରିମାନା ଆଦାୟ କରିଛନ୍ତି। ଏଥିସହ ତହସିଲଦାର ମାଇକଯୋଗେ ପ୍ରଚାର କରିଛନ୍ତି ଢାବା, ହୋଟେଲ ସମେତ ଟିଫିନ ଦୋକାନ ମାଲିକମାନେ କେବଳ ପାର୍ସଲ ଖାଦ୍ୟ ହିଁ ପ୍ରଦାନ କରିପାରିବେ,ହୋଟେଲ୍ ରେଷ୍ଟୁରାଣ୍ଟରେ ବସାଇ ଖାଇବାକୁ ପ୍ରଦାନ କଲେ କିମ୍ବା କେହି ଅମାନିଆ ହେବେ ସେମାନଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯିବା ସହ କୋଭିଡ ଗାଇଡ ଲାଇନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe