ଧାମନଗର ଉପନିର୍ବାଚନ ଭୋଟ ଗଣତି ଆଜି, ସକାଳ ୮ଟାରେ ଆରମ୍ଭ ହେବ ଗଣତି

Advertisment

ଭୋଟ୍‌ ଦେଇଛନ୍ତି ୧ ଲକ୍ଷ ୬୪ ହଜାର ୪୬୫ଭୋଟର, ୧୮ଟି ରାଉଣ୍ଡରେ ଗଣତି

ଭୋଟ୍‌ ଦେଇଛନ୍ତି ୧ ଲକ୍ଷ ୬୪ ହଜାର ୪୬୫ଭୋଟର, ୧୮ଟି ରାଉଣ୍ଡରେ ଗଣତି

ଧାମନଗର ଉପନିର୍ବାଚନ ଭୋଟ ଗଣତି ଆଜି, ସକାଳ ୮ଟାରେ ଆରମ୍ଭ ହେବ ଗଣତି

ଭୁବନେଶ୍ବର, ଭଦ୍ରକ : ଧାମନଗର ଉପନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରେ ଆରମ୍ଭ ହେବ। ସମୟ ଯେତେ ପାଖେଇ ଆସୁଛି ନେତାଙ୍କ ଛାତି ସେତିକି ଧଡ଼ଧଡ଼ ହେଉଛି। ଏହି ନିର୍ବାଚନରେ କିଏ ବିଜୟୀ ହେବେ ତାକୁ ନେଇ ଅଙ୍କକଷା ସରୁନାହିଁ। କିଏ ପିନ୍ଧିବ ବିଜୟ ମୁକୁଟ ତାକୁ ନେଇ ବାଟଘାଟରେ ଚର୍ଚ୍ଚା ବି ଜାରି ରହିଛି।

ଭୋଟ ଗଣତି ପାଇଁ ୨୦୦ରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧୦ଜଣ ପ୍ରଶାସନିକ ଅଧିକାରୀଙ୍କୁ ଭୋଟ ଗଣତିର ଟିକିନଖି ବିବରଣୀ ରଖିବାକୁ ଦାୟିତ୍ବ ଦିଆଯାଇଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ଫଳାଫଳ results.eci.gov.in ମାଧ୍ୟମରେ ପାଇପାରିବେ।

ଏହି ନିର୍ବାଚନରେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା ନିର୍ଣ୍ଣାନୟକ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe