ଜାତୀୟସ୍ତରରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ହୁଇଲ ଚେୟାର ଚାମ୍ପିଅନସିପ୍‌ରେ ଜିତିଲେ ସ୍ବର୍ଣ୍ଣ ଓ ରୌପ୍ୟ

Advertisment
ଜାତୀୟସ୍ତରରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ହୁଇଲ ଚେୟାର ଚାମ୍ପିଅନସିପ୍‌ରେ ଜିତିଲେ ସ୍ବର୍ଣ୍ଣ ଓ ରୌପ୍ୟ

ଭଦ୍ରକ/ଧାମନଗର/ଅସୁରାଳି: ଧାମନଗର ମାଟିର ଦିବ୍ୟାଙ୍ଗ ଯୁବତୀ ମଧୁସ୍ମିତା ସାହୁଙ୍କୁ ଜାତୀୟସ୍ତରର କ୍ରୀଡା ପ୍ରତିଯୋଗୀତାରେ ସଫଳତା ମିଳିଛି। ଜାତୀୟ ହୁଇଲ ଚେୟାର ଫେନସି ଚାମ୍ପିୟନସିପ୍‌ରେ ମଧୁସ୍ମିତା ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଜିଣିଛନ୍ତି। ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର ଗାଁର ଭାଗବତ ସାହୁ ଏବଂ ହେମଲତା ସାହୁଙ୍କ ତିନିଝିଅ ମଧ୍ୟରୁ ବଡ଼ ହେଉଛନ୍ତି ମଧୁ। ଜନ୍ମ ପରେ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ହରାଇଛନ୍ତି।

ପିଲା ଦିନରୁ ଖେଳ ପ୍ରତି ଅହେତୁକ ରୁଚି ରଖିଥିବା ମଧୁସ୍ମିତା ଘରର ଆର୍ଥିକ ଦୂରାବସ୍ଥା ସତ୍ତ୍ୱେ କେବେ ଭାଙ୍ଗି ପଡିନଥିଲେ। କିଛି ସଂଗଠନ ଓ ବ୍ୟକ୍ତିବିଶେଷ ତାଙ୍କୁ ସହାୟତା ଯୋଗାଇ ଦେବାରୁ ସେ ଭୁବନେଶ୍ବରରେ ରହି ହୁଇଲ ଚେୟାର ଫେନସି କ୍ରୀଡାରେ ପ୍ରଶିକ୍ଷଣ ନେଇଥିଲେ। ସେ ରାଜ୍ୟସ୍ତରୀୟ ସଫଳତା ହାସଲ କରି ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଏ କ୍ଷେତ୍ରରେ ଅର୍ଥ ସମସ୍ୟା ହୋଇ ଛିଡ଼ା ହୋଇଥିଲା। କିଛିଦିନ ତଳେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଗାଁକୁ ଆସିଥିଲା ବେଳେ ମଧୁସ୍ମିତା ତାଙ୍କୁ ଦୁଃଖ ଜଣାଇବା ସହ ସହଯୋଗ ମାଗିଥିଲେ। ବିଧାୟକ ତାଙ୍କୁ ଆବଶ୍ୟକ ଖେଳ ସରଞ୍ଜାମ ସହ ଜାତୀୟ ପ୍ରତିଯୋଗିତା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ନିକଟରେ ହରିଆଣାରେ ଅନୁଷ୍ଠିତ ଜାତୀୟ ହୁଇଲ ଚେୟାର ଚାମ୍ପିଅନସିପ୍‌ରେ ମଧୁସ୍ମିତା ଫଏଲ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ଇପିଇଇ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହିତ ସେ ଆସନ୍ତା ସେପ୍ଟେମ୍ବର ମାସରେ ଥାଇଲାଣ୍ଡରେ ହେବାକୁ ଥିବା ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେ ଆଜି ହରିଆଣାରୁ ଫେରି ଭୁବନେଶ୍ବର ଠାରେ ବିଧାୟକ ସୂରଜଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ବିଧାୟକ ସୂରଜ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe