କେନ୍ଦ୍ରମନ୍ତ୍ରୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ଆକ୍ଷେପ: ପ୍ରତିକ୍ରିୟା ରଖିଲେ ଧାମନଗର ବିଧାୟକ

Advertisment
କେନ୍ଦ୍ରମନ୍ତ୍ରୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ଆକ୍ଷେପ: ପ୍ରତିକ୍ରିୟା ରଖିଲେ ଧାମନଗର ବିଧାୟକ
ଭଦ୍ରକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବା ପରେ ମୋତେ ଧାମନଗର ବାସୀ ବିଜୟୀ କରିଥିଲେ। ମୋର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ କ୍ରମେ ମୁଁ  ଧାମନଗରରେ ପ୍ରତି ପଞ୍ଚାୟତର ଗାଁକୁ ଗାଁ ଯାଇଛି। ଘରକୁ ଘର ବୁଲି କୃତଜ୍ଞତା ଜଣାଇଛି। ଆଜିବି ମୁଁ ସେବକ ଭାବରେ ଧାମନଗର ବାସୀଙ୍କର ଦୁଃଖ ସୁଖରେ ଠିଆ ହୋଇଛି। ଭଦ୍ରକ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପ ପାଇଁ  ବହୁ ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ମନ୍ତ୍ରୀ ଧାମନଗରବାସୀଙ୍କୁ ବହୁତ ଭଲ ପାଆନ୍ତି। ଧାମନଗର ବିକାଶ ଚାହାଁନ୍ତି। ତାଙ୍କୁ କାଳେ ମୁଖ୍ୟମନ୍ତ୍ରୀ ଧାମନଗର ଅଞ୍ଚଳବାସୀଙ୍କର ସମସ୍ୟା ବୁଝିବା ପାଇଁ ପଠାଇଛନ୍ତି ବୋଲି ଭାଷଣ ଦେବା ସହ ନିଜ ଭାଷଣରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପକରି କହିଲେ ଧାନଗର ଉପନିର୍ବାଚନରେ ପ୍ରଚାର କରିବା ପରେ ତାଙ୍କ ପ୍ରାର୍ଥୀଙ୍କର ବିଜୟ ହେବା ପରେ ସେ ନେତା ଆଉ ଧାମନଗର ଆସି ନାହାନ୍ତି। ଧାମନଗରବାସୀଙ୍କର ସୁଖ ଦୁଃଖର ସାଥୀ ହୋଇ ନାହାନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏଭଳି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା  ଅତ୍ୟନ୍ତ ହାସ୍ୟାସ୍ପଦ କଥା।
ଭଦ୍ରକରେ ମେଡ଼ିକାଲ କଲେଜ୍ ଆଉ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ ଚାହାନ୍ତି। କିନ୍ତୁ ରାଜ୍ୟ ସରକାର ଏକଥା ଚାହୁଁ ନାହାନ୍ତି।  ଜିଲ୍ଲାବାସୀଙ୍କୁ ବିଜେଡ଼ି  ସରକାର ପ୍ରତାରିତ କରିଛି। ବିକାଶ କଥା କହି ବିଜେଡ଼ି ନେତା ଶ୍ରୀ ପଣ୍ଡିଆନ କେବଳ ଗପ କହୁଛନ୍ତି। ମୁଖ୍ୟମନ୍ତ୍ରୀ ଧାମନଗରର ବିକାଶ କଥା ବୁଝିବେ ବୋଲି ନିର୍ବାଚନ ପ୍ରଚାର ବେଳେ କହିଥିଲେ। ସେ ଯଦି ଧାମନଗରବାସୀଙ୍କୁ ଭଲ ପାଉଛନ୍ତି। ତେବେ ଧାମନଗରର ବନ୍ୟା ବେଳେ କାହିଁ ଏ ଅଞ୍ଚଳର ଲୋକଙ୍କ ପାଖକୁ ଆସିଲେ ନାହିଁ। ପାଣ୍ଡିଆନଙ୍କୁ ଯଦି ନବୀନ ବାବୁ ଧାମନଗରରେ ବିକାଶ କଥା ବୁଝିବା ପାଇଁ ପଠାଇଛନ୍ତି। ତେବେ ଧାମନଗର ବନ୍ୟା ବେଳେ ହେଲିକପ୍ଟର ନେଇ ବନ୍ୟା ଅଞ୍ଚଳକୁ ପାଣ୍ଡିଆନ ଆସିଲେ ନାହିଁ କାହିଁକି। ଲୋକଙ୍କର ଦୁଃଖ ବେଳେ ଠିଆ ନ ହୋଇ ଖାଲି ଭୋଟ ହାତେଇବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଆଉ ୫ ଟି ଆଳରେ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ପାଣ୍ଡିଆନ।
ଧାମନଗରବାସୀ ସବୁ ଜାଣିଛନ୍ତି। ଠିକଣା ବେଳେ ଠିକ ଜବାବ ଦେବେ ବୋଲି ଧାମନଗର ବିଧାୟକ  ସୂର୍ଯ୍ୟବଂଶୀ ସୁରଜ୍  ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଧାମନଗର ବାସୀ ବୈତରଣୀ ବାମ ପାର୍ଶ୍ଵ ନଦୀବନ୍ଧ ଧାମନଗର ସୀମାକୁ କ୍ୟାପିଟାଲ ଆମ୍ବାକମେଣ୍ଟ  କରିବାକୁ ଦାବି କରୁଥିବା ବେଳେ  ସରକାର ମାତ୍ର ୨୨ କୋଟି  ଟଙ୍କାରେ ନଦୀବନ୍ଧ  ସୁଦୃଢ଼ୀକରଣ ଏକ ପ୍ରହସନ। ଧାମନଗରକୁ ବନ୍ୟା ଦାଉରୁ ରକ୍ଷା କରାଯାଉ। ବୈତରଣୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉ। ଏ ସବୁ କାମରେ ବିକାଶ କରାଯାଉ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରିବା ଉଚିତ୍ ନୁହେଁ। ଭଦ୍ରକାଳୀ ମନ୍ଦିରରେ ଆଓସିଏଲ  ଟଙ୍କା ଦେବାକୁ କହିଲା ମାତ୍ର ପ୍ରଶାସନ ଦେଲାନହି। ଭଦ୍ରକ  କଲେଜରେ ଅଡିଟୋରିୟମ୍ ପ୍ରତିଷ୍ଠା ପାଇଁ ଟଙ୍କା ଦେବାକୁ କହିଥିଲେ। ପ୍ରୋଜେକ୍ଟ ପ୍ରପୋଜାଲ ଦିଆଗଲା ନାହିଁ। ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଚିଠି ପଠାଇଲେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଭଦ୍ରକରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଅନ୍ତୁ। ମାତ୍ର ରାଜ୍ୟ ସରକାର ତାହା କଲେନାହିଁ। ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା  ପାଇଁ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର କହିଛନ୍ତି। ଆଉ ଚାହୁଁଛନ୍ତି। କିନ୍ତୁ ପାଣ୍ଡିଆନ ଆଉ ମୁଖ୍ୟମନ୍ତ୍ରୀ ଏହା ଚାହୁଁ ନାହାନ୍ତି। ଭଦ୍ରକ ଜିଲ୍ଲାବାସୀଙ୍କୁ ସେମାନେ ପ୍ରତାରିତ କରିଛନ୍ତି ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଭଦ୍ରକର ବିଜେପି ପାର୍ଟି ଅଫିସରେ ଏକ ସାମ୍ୱାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମନିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ରାମ ଚନ୍ଦ୍ର ମିଶ୍ର, ଅରବିନ୍ଦ ପତି, ସୁଧାଂଶୁ ପାଣିଗ୍ରାହୀ, ଚତୁର୍ଭୁଜ ନାୟକ, ବୈକୁଣ୍ଠ ସାହୁ, ବୁଦ୍ଧଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କର ୫ଟି ଅଧ୍ୟକ୍ଷ ତଥା ବିଜେଡ଼ି ନେତା ଭିକେ ପାଣ୍ଡିଆନ ଧାମନଗର ବ୍ଲକର ଆସୁରାଳି ଠାରେ ବୁଧବାର ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ସେହି ସଭାରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe