ପଦ୍ମପୁର ଉପନିର୍ବାଚନ ଉପରେ ଧାମନଗର ଚାପ!

Advertisment

ଆମେ ନିଶ୍ଚୟ ବିଜୟୀ ହେବୁ: ଜୟନାରାୟଣ, ଲୋକେ ବିଜେଡିକୁ ସମର୍ଥନ ଦେବେ: ସ୍ନେହାଙ୍ଗିନୀ

ଆମେ ନିଶ୍ଚୟ ବିଜୟୀ ହେବୁ: ଜୟନାରାୟଣ, ଲୋକେ ବିଜେଡିକୁ ସମର୍ଥନ ଦେବେ: ସ୍ନେହାଙ୍ଗିନୀ

ପଦ୍ମପୁର ଉପନିର୍ବାଚନ: ୧୭ରୁ ମୁତୟନ ହେବେ ପର୍ଯ୍ୟବେକ୍ଷକ

ବରଗଡ଼ : ଧାମନଗର ଲଢ଼େଇ ଶେଷ ହେବାପରେ ଏବେ ପଦ୍ମପୁର ଉପନିର୍ବାଚନ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ରହିବ। ବିଶେଷକରି, ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ ବିଜେପି ଚାପରେ ରହିବେ। ଧାମନଗର ଫଳାଫଳକୁ ନେଇ ଉତ୍‌ଫୁଲ୍ଲିତ ବିରୋଧୀ ଦଳ ବିଜେପି ପଦ୍ମପୁରରେ ନିଜର ବି ନିଜର ବିଜୟଧାରା ବଳବତ୍ତର ରଖିବାକୁ ଚେଷ୍ଟା କରିବ। ସେହିଭଳି, ଶାସକ ବିଜେଡି ନିଜ ଆସନକୁ କେବେ‌ହେଲେ ହାତଛଡ଼ା କରିବାକୁ ଚାହିଁବ ନାହିଁ। ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ ଅବ୍ୟାହତ ରଖିବ। ଏହିଦୃଷ୍ଟିରୁ ପଦ୍ମପୁର ଉପନିର୍ବାଚନ ଦୁଇଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ୨୦୧୪ ମସିହା ଏବଂ ୨୦୧୯ ମସିହା ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୦୧୪ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀ ୬୮,୯୪୨ ଭୋଟ୍‌ ହାତେଇଥିଲେ। ବିଜେଡି ପ୍ରାର୍ଥୀ ୬୪,୪୨୯ ‌‌ଭୋଟ୍‌ ପାଇଁ ନିଜର ପରାଜୟକୁ ସ୍ବୀକାର କରିଥିଲେ। ଅର୍ଥାତ୍‌ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ହିଁ ବିଜୟ ହାସଲ କରିଥିଲେ ଏବଂ ବିଜୟର ବ୍ୟବଧାନ ଥିଲା ୪,୫୧୩। ତେବେ, ୨୦୧୯ ମସିହାରେ ଦୁଇଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି ବାଜି ଓଲଟି ଯାଇଥିଲା। ଶାସକ ବିଜେଡି ୮୩,୨୯୯ ଭୋଟ୍ ପାଇ ବିଜେପିଠାରୁ ୫୭୩୪ ଭୋଟ୍‌ ଆଗରେ ରହିଥିଲା। ଏହି ନିର୍ବାଚନରେ ବିଜେଡିର ଭୋଟ୍‌ ପ୍ରତିଶତ ୪୧.୨୯ ରହିଥିବା ବେଳେ ବିଜେପି ଭୋଟ୍‌ ପ୍ରତିଶତ ଥିଲା ୩୮.୪୫ ପ୍ରତିଶତ। ଏହାପୂର୍ବରୁ ୨୦୧୯ ମସିହ‌ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିବାବେଳେ ଏହି ଦୁଇ ନିର୍ବାଚନରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ଗୋଟିଏପଟେ ଶାସକ ଦଳ ସ୍ଥିର ରହିଥିବା ବେଳେ ଅନ୍ୟପଟେ କଂଗ୍ରେସ ବଦଳରେ ନିକଟତର ପ୍ରତିଦ୍ବନ୍ଦ୍ବୀର ସ୍ଥାନ ନେଇଥିଲା ବିଜେପି। ସେହ ନିର୍ବାଚନରେ ବିଜେଡି ସମୁଦାୟ ୬୭,୯୧୩ ଏବଂ କଂଗ୍ରେସ ୪୯,୮୪୭ ଭୋଟ୍‌ ପାଇଥିଲା। ଉଭୟ ଦଳ ମଧ୍ୟରେ ଭୋଟ୍‌ହାର ଥିଲା ଯଥାକ୍ରମେ ୪.୪୮ ଓ ୧୮.୮୬ ପ୍ରତିଶତ।

publive-image

ଅନ୍ୟପକ୍ଷରେ, ଗତ ୫ଟି ନିର୍ବାଚନର  ପରିସଂଖ୍ୟାନକୁ ଦୃଷ୍ଟିକୁ ଆଣିଲେ ଏହି ନିର୍ବାଚନମଣ୍ଡଳୀରେ ୧.୫୦ ଲକ୍ଷରୁ ୨ଲକ୍ଷ ଭୋଟର୍‌ ମତଦାନ କରୁଛନ୍ତି। ଯେକୌଣସି ଦଳ ସପକ୍ଷରେ ଭୋଟ୍‌ ହାର ୪୫ ପ୍ରତିଶତ ରହିଲେ, ତାହା ବିଜୟର ନିକଟତର ହୋଇପାାରିବ। ପୁଣି ପଦ୍ମପୁରରେ ପ୍ରଥମଥର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ସାଧାରଣ ନିର୍ବାଚନ ତୁଳନାରେ ଏଥର ଭୋଟର୍‌ଙ୍କ ହାବଭାବ ବି ଅଲଗା ରହିବ ବୋଲି ଆକଳନ କରାଯାଉଛି।

ଏ ସମ୍ପର୍କରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ ଧାମନଗର ଆମର ସିଟ୍ ଥିଲା ଓ ଆମେ ପାଇଲୁ। ଏହା ବହୁତ ବଡ଼ କଥା ନୁହେଁ। କିନ୍ତୁ, ପ୍ରତି ଉପନିର୍ବାଚନ ଜିତିବୁ ବୋଲି ଶାସକ ଦଳର ଯେଉଁ ଗର୍ବ ଓ ଅହଙ୍କାର ଥିଲା, ତାକୁ ଧାମନଗରବାସୀ ଭାଙ୍ଗି ଦେଇଛନ୍ତି। ପଦ୍ମପୁରରେ ବି ଆମେ ନିଶ୍ଚିତ ବିଜୟୀ ହେବୁ।’ ଅପରପକ୍ଷେ, ରାଜ୍ୟ ବିଜେଡି ମହିଳା ନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଯୁକ୍ତିରେ ଦର୍ଶାଇଛନ୍ତି ଯେ, ପଦ୍ମପୁର ଉପଖଣ୍ଡର ବିକାଶ ଏବଂ ଜନହିତକାରୀ ପ୍ରସ୍ତାବିତ ପ୍ରକଳ୍ପ ନେଇ ସ୍ଥାନୀୟ ତଥା ସମଗ୍ର ରାଜ୍ୟବାସୀ ଅବଗତ ଅଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ଦିଗରେ ଚିନ୍ତା କରି ୪୫୦ କୋଟି ଟଙ୍କାରୁ ଅଧିକ ଅଟକଳରେ କିଛିଦିନ ତଳେ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ବିଜେଡି ସରକାରର ବିକାଶଧାରାରେ ପଦ୍ମପୁରବାସୀ ନିଶ୍ଚିତ ‌ସମର୍ଥନ ଦେବେ ବୋଲି ବିଧାୟିକା ଶ୍ରୀମତୀ ଛୁରିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଗତକାଲି ଏନେଇ ଭାରତ ଉପନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହାସହ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe