ଅତାବିରାରେ ରହିବ ଧାନବାଦ-ଆଲାପୁଝା ଏକ୍ସପ୍ରେସ୍

ଅତାବିରାରେ ରହିବ ଧାନବାଦ-ଆଲାପୁଝା ଏକ୍ସପ୍ରେସ୍

Jagran

ସମ୍ବଲପୁର: ଆସନ୍ତା ୭ ତାରିଖ ଶୁକ୍ରବାରଠାରୁ ୧୩୩୫୧/୧୩୩୫୨ ଧାନବାଦ-ଆଲାପୁଝା-ଧାନବାଦ ଏକ୍ସପ୍ରେସ୍ ଅତାବିରା ଷ୍ଟେସନ୍‌ରେ ରହଣି କରିବ। ପରୀକ୍ଷାମୂଳକ ଭାବେ ୬ ମାସ ପାଇଁ ଏହି ରହଣି ହେବ। ଉକ୍ତ ଷ୍ଟେସନ୍‌ରୁ ଯାତ୍ରୀ ସଂଖ୍ୟା ଉତ୍ସାହଜନକ ହେଲେ ରହଣିକୁ ସ୍ଥାୟୀ ଭାବରେ ଲାଗୁ କରାଯିବ। ୧୩୩୫୧ ଧାନବାଦ-ଅଲାପୁଝା ଏକ୍ସପ୍ରେସ୍ ଅତାବିରାରେ ରାତି ୧୧ଟା ୫ ମିନିଟ୍‌ରେ ପହଞ୍ଚି ୧୧ଟା ୭ରେ ଛାଡ଼ିବ। ସେହିପରି ଫେରନ୍ତା ପଥରେ ୧୩୩୫୨ ଆଲାପୁଝା-ଧାନବାଦ ଏକ୍ସ‌ପ୍ରେସ୍ ଅତାବିରାରେ ରାତି ୯ଟା ୫୫ରୁ ୯ଟା ୫୭ ଯାଏ ରହଣି କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ପ୍ରକାଶଯୋଗ୍ୟ ଯେ କରୋନା ପୂର୍ବରୁ ଅତାବିରାରେ ଏହି ଟ୍ରେନ୍‌ର ରହଣି ଥିଲା। ‌େ‌ହଲେ କରୋନା ପରବର୍ତ୍ତୀ ସମୟରେ ଯେବେ ଟ୍ରେନ୍‌ ଚାଲିଲା ଅତାବିରା ରହଣିକୁ ରେଳ କର୍ତ୍ତୃପକ୍ଷ ଉଠାଇ ଦେଲେ। ହେଲେ ଏଠାରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୂଳନିବାସୀ ତେଲୁଗୁ ଭାଷାଭାଷୀ ଲୋକଙ୍କ ବହୁଳତା ଥିବାରୁ ବହୁ ସଂଖ୍ୟାରେ ଯାତ୍ରୀ ଦକ୍ଷିଣ ଭାରତ ଯିବା ପାଇଁ ଉକ୍ତ ଟ୍ରେନ୍‌ ଉପରେ ନିର୍ଭର କରୁଥିଲେ। ତେଣୁ ଅତାବି‌ରାରେ ଟ୍ରେନ୍‌ର ରହଣି ପାଇଁ ଜୋରଦାର ଦାବି ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe