ନର୍ସିଂ ଶିକ୍ଷା ପାଇଁ ଉତ୍କୃଷ୍ଠ ଶିକ୍ଷାନୁଷ୍ଠାନ ‘ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍’

ରାଜ୍ୟ ସରକାର ନର୍ସିଂ ଶିକ୍ଷାର ପ୍ରସାର ନିମନ୍ତେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ଅଭିଯାନକୁ ସଫଳ କରିବା ଦିଗରେ ଶିକ୍ଷା ପ୍ରଦାନକାରୀ ସଂସ୍ଥାମାନଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ତନ୍ମଧ୍ୟରୁ ‘ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍’ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ। 

ଭୁବନେଶ୍ବର: ବର୍ତ୍ତମାନ ଯୁକ୍ତ ୨ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନର୍ସିଂ ଓ ପାରାମେଡିକାଲ ଶିକ୍ଷାର ସ୍ଥାନ ସବୁଠାରୁ ଆଗରେ ରହିଛି। ଆଗାମୀ ଦିନରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଚାହିଦା ପୂରଣ କରିବା ନିମନ୍ତେ ବିଭିନ୍ନ ଦେଶର ସରକାରମାନେ ନର୍ସିଂ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ମଧ୍ୟ ସରକାରଙ୍କ ପକ୍ଷରୁ ନର୍ସିଂ ଶିକ୍ଷାର ପ୍ରସାର ନିମନ୍ତେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସରକାରଙ୍କ ଏହି ଅଭିଯାନକୁ ସଫଳ କରିବା ଦିଗରେ ଶିକ୍ଷା ପ୍ରଦାନକାରୀ ସଂସ୍ଥାମାନଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ତନ୍ମଧ୍ୟରୁ ‘ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍’ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ। 

ବିଗତ ୨୨ ବର୍ଷ ଧରି ସ୍ୱାସ୍ଥ୍ୟ ସେବା ଶିକ୍ଷା କ୍ଷେତ୍ରରେ ଧନେଶ୍ୱର ଶିକ୍ଷା ସମୂହ ଏକ ଅଗ୍ରଣୀ ନାମ। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ସମୂହରେ ବି.ଏସ୍.ସି. ନର୍ସିଂ, ଏମ୍.ଏସ୍.ସି. ନର୍ସିଂ, ପି.ବି.ବି.ଏସ୍.ସି. ନର୍ସିଂ, ଜିଏନଏମ୍, ଏଏନଏମ୍, ଡି. ଫାର୍ମା, ଡିଏମଏଲଟି, ଡିଏମଆରଟିରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। କଟକ ବାଲିକୁଦାସ୍ଥିତ ଅନୁଷ୍ଠାନର ଦୁଇଟି ମୁଖ୍ୟ କ୍ୟାମ୍ପସ୍ ଏବଂ ଅନୁଗୁଳ ଶାଖା କ୍ୟାମ୍ପସରେ ଏହିସବୁ ପାଠ୍ୟକ୍ରମରେ ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟର୍ ଲ୍ୟାବ୍, ୱାଇ-ଫାଇ କ୍ୟାମ୍ପସ୍, ଶୀତତାପ ନିୟନ୍ତ୍ରିତ ହଷ୍ଟେଲ୍ ସୁବିଧା ଥାଇ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ କରାଯାଉଛି। ନର୍ସିଂ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଟ୍ରେନିଂ ନିମନ୍ତେ ଏସସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍, ସିଟି ହସ୍ପିଟାଲ, ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଟ୍ରେନିଂ ନେଉଛନ୍ତି। କଟକର ଏଚ୍.ସି.ଜି. ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ମଧ୍ୟ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଉଛି।

ଧନେଶ୍ୱର ଶିକ୍ଷା ସମୂହ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ନର୍ସିଂ କାଉନସିଲ୍, ଓଡ଼ିଶା ନର୍ସିଂ କାଉନସିଲ୍, ଫାର୍ମାସି କାଉନ୍ସିଲ୍ ଅଫ୍ ଇଣ୍ଡିଆ, ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ୍ ସାଇନସ୍ (ଓୟୁଏଚଏସ୍) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ। ଏଠାରେ ନିଯୁକ୍ତି ହାର ପ୍ରାୟ ୧୦୦% ରହିଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଓ କ୍ଲିନିକମାନଙ୍କରେ ଅନୁଷ୍ଠାନର ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିସାରିଲାଣି। ଏପରିକି ରାଜ୍ୟ ଏବଂ ଦେଶ ବାହାରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି।

publive-image

ଧନେଶ୍ୱର ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିବା ଅନୁଷ୍ଠାନଗୁଡ଼ିକ ହେଲା-କଟକରେ ଧନେଶ୍ୱର ସ୍କୁଲ ଆଣ୍ଡ୍ କଲେଜ ଅଫ୍ ନର୍ସିଂ, ଚୌଦ୍ୱାର ସ୍କୁଲ ଅଫ୍ ନର୍ସିଂ, ଭୁବନେଶ୍ୱର କଲେଜ୍ ଅଫ୍ ନର୍ସିଂ, ଧନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଟେକ୍ନୋଲୋଜି ଓ ଅନୁଗୁଳରେ ଶଙ୍କର ରୁକମଣୀ ସ୍କୁଲ ଅଫ୍ ନର୍ସିଂ ଆଣ୍ଡ୍ ଶଙ୍କର ରୁକମଣୀ କଲେଜ ଅଫ୍ ଫାର୍ମାସି।

ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅଧୀନରେ ନର୍ସିଂ ଚାକିରି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷା ନିମନ୍ତେ ଧନେଶ୍ୱର ଶିକ୍ଷା ସମୂହରେ ମାଗଣାରେ କୋଚିଂ ଦିଆଯାଉଛି। ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସରେ ୨୦୨୪-୨୫ ପାଇଁ ଏବେ ନାମଲେଖା ଚାଲୁଅଛି। ସମାଜ ସେବା କ୍ଷେତ୍ରରେ ମଧ୍ୟ ଧନେଶ୍ୱର ଗ୍ରୁପ୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ଖରାଦିନରେ ଜଳଛତ୍ର, ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରାସନ ବଣ୍ଟନ ଇତ୍ୟାଦି କାର୍ଯ୍ୟ ମାଧ୍ୟମରେ ଅନୁଷ୍ଠାନ ଏହାର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe