ଧନୁଯାତ୍ରା ପାଇଁ ଆଖଡ଼ା ଆରମ୍ଭ  

Advertisment
ଧନୁଯାତ୍ରା ପାଇଁ ଆଖଡ଼ା ଆରମ୍ଭ  

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମଥୁରାନଗରୀର କଳାକାରଙ୍କ ଆନୁଷ୍ଠାନିକ ଆଖଡ଼ା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ମା' ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ କଳାକାରମାନେ ଆଖଡ଼ା ଆରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟାପ୍ପୋ, ଡେପୁଟି କଲେକ୍ଟର ଅଶ୍ବିନୀ ଦାଶ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଚୟନ କମିଟିର ଆବାହକ ଅଶୋକ ବେହେରା, ନାଟ୍ୟ ନିର୍ଦ୍ଦେଶକ ନକୁଳ ବାଦୀ, ନାଟ୍ୟକାର ଭୁବନ ଭୋଇ, କଂସ ଅଭିନେତା ହୃଷୀକେଶ ଭୋଇ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆଖଡ଼ାଶାଳା ଉଦ୍‌ଘାଟନ କରିଥିଲେ।

ଉଗ୍ରସେନ ଭୂମିକାରେ ଅଭିନୟ କରୁଥିବା ଆର୍ତ୍ତତ୍ରାଣ ମହାପାତ୍ର, ଗୋଲାପଚନ୍ଦ୍ର ଦାଶ (ମହାମନ୍ତ୍ରୀ), ମନୋଜ ସାହୁ (ବସୁଦେବ), କନକ ଦଣ୍ଡସେନା (ଦେବକୀ), ଦୟାନନ୍ଦ ମାଝୀ (ମୁଖ୍ୟ ସେନାପତି), ମୁନେଶଚନ୍ଦ୍ର ଆଚାର୍ଯ୍ୟ (ଚାଣୁର), ଅଇଁଠୁ ସାହୁ(ଗର୍ଗ ମୁନି), ସଂଗ୍ରାମ ଦେହୁରୀ (ସେନାପତି ଚନ୍ଦ୍ରକେତୁ) ତଥା ଅନ୍ୟ ପାର୍ଶ୍ବ କଳାକାରମାନେ ଉପସ୍ଥିତ ରହିଥିଲେ। ଆଖଡ଼ାର ପ୍ରଥମ ଦିନରେ ମହାରାଜ ଉଗ୍ରସେନ ଦେବକୀ-ବସୁଦେବ ବିବାହ ଦୃଶ୍ୟ ଅଭିନୀତ ହୋଇଥିଲା। ସୂଚନାଯୋଗ୍ୟ, ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ୨୭ ତାରିଖ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe