ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ୭୬ ବର୍ଷରେ ୧୦ କଂସର ରାଜୁତି

Advertisment
ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ୭୬ ବର୍ଷରେ ୧୦ କଂସର ରାଜୁତି

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୭୬ ବର୍ଷର ଇତିହାସ। ଅନେକ ଘାତପ୍ରତିଘାତ ଦେଇ ଧନୁଯାତ୍ରାର ଲମ୍ବା ଯାତ୍ରା। ଖାଲି ସେତିକି ନୁହେଁ। ଆରମ୍ଭ ସମୟରେ ଅନ୍ଧବିଶ୍ୱାସ ବି ଧନୁଯାତ୍ରାର ବାଟ ଓଗାଳିଥିଲା। ଯାତ୍ରା ଆରମ୍ଭରୁ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ କଳାକାର ସାମ୍ନାକୁ ଆସୁନଥିଲେ। ଗବେଷକ କହନ୍ତି, କଂସ ଭୂମିକାରେ ଅଭିନୟ କଲେ ବଂଶ ବୁଡ଼ିଯିବ ଭୟ ଥିଲା। ଅନେକ ଲୋକଙ୍କ ପ୍ରଚେଷ୍ଟାରେ ଅନ୍ଧବିଶ୍ୱାସ ଦୂର ହେଲା। ଅଣ୍ଟାଭିଡ଼ି ସାମ୍ନାକୁ ଆସିଥିଲେ ଜଣେ ପରେ ଜଣେ କଳାକାର। ୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି।

ପ୍ରଥମ କରି କଂସ ମହାରାଜ ଭୂମିକାରେ ଅଭିନୟ କରି ସ୍ଥାନୀୟ ସମସ୍ୟାକୁ ଉପସ୍ଥାପନ କରିଥିଲେ ବ୍ରଜମୋହନ ରଥ (ବୁନ୍ଦେ)। ତାପରେ ଗତିଶୀଳ ହୋଇଥିଲା ଯାତ୍ରା। ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲା ଖୋଲାମଞ୍ଚ। ଆକର୍ଷଣ ହେଲେ ମହାରାଜ କଂସ। ଆଉ ଏ ୭୬ ବର୍ଷର ଯାତ୍ରା ଭିତରେ ବୁନ୍ଦେ ରଥଙ୍କ ପରେ ଭୀମସେନ ତ୍ରିପାଠୀ, ଯୁଧିଷ୍ଠିର ଶତପଥୀ, ରାଧେଶ୍ୟାମ ଦାଶ, ଦେବେନ୍ଦ୍ର ବିଶ୍ୱାଳ, ନୀଳାଞ୍ଚଳ ଦାସ, ଗୋପାଳ ସାହୁ (ଏଲି), ଭୁବନେଶ୍ୱର ପ୍ରଧାନ, ହୃଷୀକେଶ ଭୋଇ ଓ ଗୋଟିଏ ଦିନର କଂସ ସଞ୍ଜୀବ ଦାଶ (ମାଟୁ) ଏଭଳି ମୋଟ ୧୦ ଜଣ କଂସ ବରଗଡ଼ ଧନୁଯାତ୍ରାରେ ରାଜୁତି କରିଛନ୍ତି। ଏବେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜଙ୍କ କ୍ରେଜ୍ କାହିଁରେ କେତେ। ଏଣୁ କଂସ ହେବାକୁ ପ୍ରତିଯୋଗିତା ଚାଲିଲାଣି। ଚଳିତ ୭୬ତମ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶ ଭୋଇ ରାଜୁତି କରିବେ। ଏଥିପାଇଁ ଆଖଡ଼ାରେ ପ୍ରତ୍ୟହ ଅଭ୍ୟାସ ଜାରି ରଖିଛନ୍ତି। ସାଧାରଣ ଡ୍ରାଇଭର ଚାକିରି କରୁଥିବା ହୃଷୀକେଶ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe