ଆସୁଛି ଧନୁଯାତ୍ରା, ସଜେଇ ହେଉଛି ବରଗଡ଼

Advertisment
ଆସୁଛି ଧନୁଯାତ୍ରା, ସଜେଇ ହେଉଛି ବରଗଡ଼

ବରଗଡ଼ : ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ। ଏଥି ସକାଶେ ଅବଗଣନା ଆରମ୍ଭ ହୋଇଛି। ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ୭୫ତମ ଧନୁଯାତ୍ରାକୁ ଭବ୍ୟରୂପ ଦେବା ପାଇଁ ଆୟୋଜକମାନେ ଉଦ୍ୟମ ଚଳାଇଛନ୍ତି। ଉଭୟ ଗୋପପୁର ଏବଂ ମଥୁରାରେ କଳାକାରମାନେ ଆଖଡ଼ା ମାଧ୍ୟମରେ ଅଭିନୟ ଚଳାଇଛନ୍ତି।

publive-image

ଧନୁଯାତ୍ରାର ସୁଉଚ୍ଚ ମୁଖ୍ୟ ତୋରଣ ମୁଣ୍ଡ ଟେକୁଛି। ସହରର ବିଭିନ୍ନ ମୁଖ୍ୟପଥରେ ଆଲୋକ ଖଚିତ ଆକର୍ଷଣୀୟ ତୋରଣ ମଧ୍ୟ ପ୍ରସ୍ତୁତି ଚାଲିଛି। ସହରର ମୁଖ୍ୟ ରାସ୍ତା‌ରେ ରଂଗ ବେରଂଗର ଆଲୁଅ ଏବେଠୁ ଝଲସି ଉଠିଲାଣି। କାରିଗରମାନେ ବିଭିନ୍ନ ଛକରେ ତୋରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହାବାଦ୍‌ ବିିଭିନ୍ନ କାନ୍ଥବାଡ଼ରେ ଧନୁଯାତ୍ରା ଏବଂ ଅନ୍ୟ ସଚେତନଧର୍ମୀ ଛବି ଆଂକିବାରେ ଚିତ୍ରଶିଳ୍ପୀ ବ୍ୟସ୍ତ ରହିଛନ୍ତି। ସହରର ମାହୋଲ ଦେଖିଲେ ଧନୁଯାତ୍ରାର ଛାପ ଏବେଠୁ ପଡ଼ିବା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe