ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ

Advertisment

ବିରଜା ମନ୍ଦିର ପ୍ରକଳ୍ପ, ହାଟ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ନେଇ ଆଜିଠାରୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।

ବିରଜା ମନ୍ଦିର ପ୍ରକଳ୍ପ, ହାଟ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ନେଇ ଆଜିଠାରୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।

aadadadda

ଯାଜପୁର/ସଦର: ବିରଜା ମନ୍ଦିର ପ୍ରକଳ୍ପ, ହାଟ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ନେଇ ଆଜିଠାରୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ ବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଯାଜପୁର ସଦର ଥାନା କେସ ନମ୍ବର ୩୩୦ର ତଦନ୍ତ ଭାର ନେଇଛନ୍ତି। ସେହିପରି ଯାଜପୁର ଟାଉନ୍‌ ଥାନା କେସ ନମ୍ବର ୪୬୯ର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ ଇନ୍‌ସପେକ୍ଟର ବିଜିତ୍‌ କୁମାର ବେହେରାଙ୍କୁ ଦିଆଯାଇଥିବା ବେଳେ ଏହି ଥାନା କେସ ନମ୍ବର ୪୭୦ର ତଦନ୍ତ ଭାର ଡିଏସ୍‌ପି ମମତା ଜେନାଙ୍କୁ ଦିଆଯାଇଛି। ଆଜି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଯାଜପୁର ଟାଉନ୍‌ ଥାନା ଓ ସଦର ଥାନାକୁ ଆସି ଘଟଣା ସଂପର୍କରେ ତଦନ୍ତ କରିଛନ୍ତି।

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ ପରେ ବିଜେଡି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଅପରପକ୍ଷରେ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସହ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ସାକ୍ଷାତ କରି ଆଲୋଚନା କରିଛନ୍ତି। ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ପ୍ରଶାସକମାନଙ୍କୁ ହଟାଇବାକୁ ଅନୁରୋଧ କରିଛନ୍ତି। ଆଜି ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ ତତ୍କାଳ ହଟାଇ ଦିଆଯାଇଛି। ତାଙ୍କୁ ପୁଲିସ ରାଜ୍ୟ ମୁଖ୍ୟ ଦପ୍ତରକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡିଏ୍‌ସପି କୈଳାସ ଚନ୍ଦ୍ର ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। 

 ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାଜପୁର ବିଜେପି ନେତା  
ଏସ୍‌ଡିପିଓଙ୍କ ବଦଳି, ଦାୟିତ୍ବରେ ରହିଲେ ଡିଏସ୍‌ପି 
ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ: ବବି
ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବା ଓ ଆଇନଶୃଙ୍ଖଳା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଲା: ଲିକୁ

ଆଜି ଯାଜପୁରଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ବିଜେଡି ଓ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ଦୋଷାରୋପ କରିଛନ୍ତି। ଯାଜପୁରଠାରୁ ଆରମ୍ଭ କରି ରାଜ୍ୟରେ ଆଇନଶୃ୍ଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପ୍ରାକ୍ତନ ବିଧାୟକ ସଂଜୟ ଦାସବର୍ମା ଓ ମୁଖପାତ୍ର ଲେଲିନ୍ ମହାନ୍ତି ରାଜ୍ୟ ସରକାର ଉପର ବର୍ଷିଛନ୍ତି। ଅନ୍ୟପଟେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଯାଜପୁରରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ। ପରିସ୍ଥିତି ସ୍ବାଭାବିକ ରହିଛି। ସାନଭାଇ ଭବ ପ୍ରସାଦ ଦାସ ମା’ ବିରଜା ଓ ଯାଜପୁର ମାଟିର ଉନ୍ନତି ଲାଗି ଜେଲ୍‌ ଯାଇଛି। ମା’ ବିରଜାଙ୍କ କ୍ଷେତ୍ରର ଉନ୍ନତି ଲାଗି ପୂର୍ବ ସରକାରରେ ଜମି ଅଧିଗ୍ରହଣ ସହ ସେବାୟତଙ୍କୁ ବିସ୍ଥାପନ କରାଯାଇଥିଲା। ହାଟକୁ ଅନ୍ୟ ଜାଗାରେ କରାଯାଉଛି। ପୂର୍ବରୁ ମା’ ବିରଜାଙ୍କ ପ୍ରକଳ୍ପ ପାଇଁ ଯାହା ନୀଳନକ୍ସା ପ୍ରସ୍ତୁତ ହୋଇଥିଲା, ସେଥିରେ ପରିବର୍ତ୍ତନ ନକରି ପୁରୁଣା ସ୍ଥାନରେ ହାଟ କଲେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) କହିଛନ୍ତି, ବିରଜା ପ୍ରକଳ୍ପ ସହିତ ଜିଲ୍ଲାରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବା ସହିତ ଏଥିରେ ବାଧା ସୃଷ୍ଟିକାରୀ ଅଧିକାରୀଙ୍କୁ ହଟାଇ ଦେବାକୁ ଅନୁରୋଧ କରାଯାଇଛି। ଜିଲ୍ଲାର ବିକାଶରେ ବାଧା ସୃଷ୍ଟି କରିବା ପାଇଁ ଯୋଜନାବଦ୍ଧ ଭାବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପ୍ରମିଳା ମଲ୍ଲିକଙ୍କ ବଟି ଆଦାୟ ଆକ୍ଷେପ ଉପରେ ଶ୍ରୀ ସାହୁ କହିଛନ୍ତି ଯେ ପ୍ରଶାସକ ଓ ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ବଟି ଆଦାୟ କରାଯାଏ କି?  ଶ୍ରୀମତୀ ମଲ୍ଲିକ ୩୦ ବର୍ଷର ପୁରୁଖା ନେତ୍ରୀ, ସେ ଏଭଳି ଲଘୁ ମନ୍ତବ୍ୟ ଦେବା ଲଜ୍ଜାଜନକ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe