କେନ୍ଦୁଝର ମେଡିକାଲ କଲେଜ୍ ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର

କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ନୂଆ ଜୀବନ ପାଇଛନ୍ତି ବାଳକ କ୍ଷିରୋଦ ଜାମୁଡ଼ା ।

keonjhar

କେନ୍ଦୁଝର: କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି  । ଏହି ଅସ୍ତ୍ରୋପଚାର ପରେ ପୁଅ କ୍ଷିରୋଦ ଜାମୁଡ଼ା ଏକ ନୂଆ ଜୀବନ ପାଇଥିବାରୁ ୧୦ବର୍ଷର ବାଳକଙ୍କ ପରିବାରଲୋକ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ କ୍ଷିରୋଦ ଜାମୁଡ଼ା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗମ୍ଭୀର ଭାବେ ଆହତ ହୋଇଥିଲେ । ଆହତ ଅବସ୍ଥାରେ କ୍ଷିରୋଦଙ୍କୁ ପ୍ରଥମେ ହରିଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ଏଠାରେ ବାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ  ଓ ହସ୍ପିଟାଲକୁ ଟ୍ରମା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା। 

ଟ୍ରମା କେନ୍ଦ୍ରରେ କ୍ଷିରୋଦଙ୍କ ସ୍ବା ସ୍ଥ୍ୟ ପରୀକ୍ଷା ପରେ ଚିକିତ୍ସକମାନେ ଆବଶ୍ୟକୀୟ ଆଶୁ ଚିକିତ୍ସା କରି ଶରୀରକୁ ଅସ୍ତ୍ରୋପଚାର ସ୍ଥିତିକୁ ଆଣିଥିଲେ। ଏହାପରେ କ୍ଷିରୋଦଙ୍କ ଅର୍ଥୋପେଡିକ ଅସ୍ତ୍ରୋପଚାର ପାଇଁ ଅର୍ଥୋପେଡିକ ପ୍ରଫେସର ଅଶୋକ କୁମାର ନାୟକ, ଆନେସ୍ଥେସିଆ ପ୍ରଫେସର ଦେବାଶିଷ ସ୍ୱାଇଁ, ଡାକ୍ତର ଅନନ୍ତ ନାରାୟଣ ପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ନାୟକଙ୍କୁ ନେଇ ଏକ ବିଶେଷଜ୍ଞ ଟିମ ପ୍ରକ୍ରିୟା ଆରମ୍ଭ କରିଥିଲେ। କ୍ଷିରୋଦଙ୍କ ଅର୍ଥୋପେଡିକ ଅସ୍ତ୍ରୋପଚାର ସଫଳ ରହିଥିଲା।   

ସୂଚନାଯୋଗ୍ୟ, ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ସ୍ଥାପିତ ଓ ପରିଚାଳିତ ହେଉଛି।

 Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe