ତେଜିଲା ଧର୍ମଗଡ଼ ଜିଲ୍ଲା ମାନ୍ୟତା ଦାବି

Advertisment

ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ଓ ମିସନ ଶକ୍ତି ସଂଘ

ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ଓ ମିସନ ଶକ୍ତି ସଂଘ

ତେଜିଲା ଧର୍ମଗଡ଼ ଜିଲ୍ଲା ମାନ୍ୟତା ଦାବି

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ଦାବି ଜୋର୍‌ ଧରିଛି। ଉପଖଣ୍ଡ ସରପଞ୍ଚ ସଂଘ ଓ ମିସନ ଶକ୍ତି ସଂଘ ଆନ୍ଦୋଳନକୁ ଓହ୍ଲାଇ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛି। ପ୍ରଥମେ ସଂଘ ସଦସ୍ୟମାନେ ଧର୍ମଗଡ଼ ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ସହର ପରିକ୍ରମା କରିଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଦାବି ସମାବେଶରେ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ତଥା ମିସନ ଶକ୍ତିର ଏସ୍‌ଏସ୍‌ଜି ସଦସ୍ୟା ସାମିଲ ହୋଇଥିଲେ। ଧର୍ମଗଡ଼ ଉପଖଣ୍ଡକୁ ଯଦିଓ ଜିଲ୍ଲା ମାନ୍ୟତା ଦିଆ ନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ସରପଞ୍ଚ ମନୋଜ ନାଏକ, ବିଭୁଦତ୍ତ ପ୍ରଧାନୀ, ମୁକୁନ୍ଦ ଶବର, ଗୌରୀ ସେଠିଆ, ଉଦିତ ନାଏକ, ଅର୍ଜୁନ ବାଗ, ଗୌଲୋଚନ ବାରିକ, କ୍ରିୟାନୁଷ୍ଠାନ କମିଟି ଆବାହକ ତୁଷାର ରଞ୍ଜନ, ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ବିଜେଡି ନେତା ଥବୀର ପ୍ରସାଦ ସାହୁ, ନାରୀ ନେତ୍ରୀ ତିଲତ୍ତମା ନାଏକଙ୍କ ସମେତ ବହୁ ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe