ବାଲେଶ୍ବର: ଧର୍ମଗୁରୁ ସୈୟଦ ୱାସିମ ଅଖତର କାଦ୍ରୀ(ଛୋଟେ ସରକାର ବାବା)ଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ ବାଲେଶ୍ବର ଶାଖା ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଦରଘା ମଇଦାନଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସଦର ବିଧାୟକ ସ୍ୱରୂପ ଦାସ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ନଗରପାଳ ଆଲୋକ ସାହୁ, ସିଡିଏମ୍ଓ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ସୁବାସିନୀ ଜେନା, ବିକ୍ରମ ପଣ୍ଡା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ୯୧୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଅନୁଷ୍ଠାନର ସଭାପତି ସେକ ଜାହିଦ, ସଂମ୍ପାଦକ ନାତିକ ଖାନ, ମିର ମହମ୍ମଦ, ସେକ ଆୟୁବ, ସଲିମ ରାଜା, ସେକ ହାଫିଜ, ସେକ ମତୁ, ସେକ ଜବୁ, ସେକ ଗୋରା, ସେକ ସମ୍ସେର, ସେକ ସାବିର, ସେକ ଆରିଫ, ସେକ ରଫିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଧର୍ମଗୁରୁ ସାନ ସରକାର ବାବାଙ୍କ ଜୟନ୍ତୀ
Advertisment
Follow Us