ପ୍ରଶାନ୍ତ ଜଗଦେବଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ବିରୋଧୀ

Advertisment
ପ୍ରଶାନ୍ତ ଜଗଦେବଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ବିରୋଧୀ

YouTube

ଭୁବନେଶ୍ୱର: ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛି କଂଗ୍ରେସ | ଏହି ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପଦ୍ମନାଭ ଗୁରୁ କହିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ଅମାନୁଷିକ ଲୋମହର୍ଷଣକାରୀ। ଜଗଦେବଙ୍କୁ ନିଲମ୍ବନ ନୁହେଁ ବରଂ ବହିଷ୍କାର କରନ୍ତୁ। ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ କୁହନ୍ତୁ। ତାଙ୍କ ଉପରେ ଏନଏସଏ ଲାଗୁ କରିବେକି। ୩ ଦିନ ମଧ୍ୟରେ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରିବେ କି? ବୋଲି ପ୍ରଶ୍ନ କରିଛନ୍ତି | ସେହିପରି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି ଯେ ସେ ଚିଲିକାର ନହୋଇ ମଧ୍ୟ ନବୀନ ବାବୁ ତାଙ୍କୁ ଟିକେଟ ଦେଲେ।

publive-image

ଚିଲିକାବାସୀ ନିଜକୁ ନିନ୍ଦା କରୁଥିବେ ଏଭଳି ଏକ ଲୋକକୁ ବିଜୟୀ କରି ବିଧାନସଭା ଭଳି ପବିତ୍ର ଗୃହକୁ ପଠାଇଛନ୍ତି। ଏଭଳି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରୁଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରିଛନ୍ତି ଯେ ବାଣପୁରରେ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି ହୋଇଛି | ଏଭଳି ଅମାନବୀୟ କାର୍ଯ୍ୟ ପାଇଁ କହିବାକୁ ଭାଷା ନାହିଁ |


ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ଯେ, 'ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡ଼ି ଚଲାଇ ଗାଡ଼ି ଚଢ଼ାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ । ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ' ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe