ଗୌରହରି,ଦମୟନ୍ତୀଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

Advertisment
ପରୀକ୍ଷା ପେ ଚର୍ଚ୍ଚା ୨୦୨୩ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା

livemint.com

ଭୁବନେଶ୍ବର : ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କଥାକାର ଗୌରହରି ଦାସ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍ କରି ‌କହିଛନ୍ତି ଯେ ଉଭୟ ଆମ ରାଜ୍ୟ ପାଇଁ ଗୌରବ। ଏହି ସଫଳତା ଆମ ରାଜ୍ୟର ଅନେକ ଲେଖକ ଲେଖିକାମାନଙ୍କୁ ଅନୁବାଦ କରିବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇବ। ଏହାସହ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କଥାକାର ଶ୍ରୀ ଦାସଙ୍କୁ ଫୋନ୍‌ କରି ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଥ‌ିଲେ। ଆଜି ଶ୍ରୀ ପ୍ରଧାନଙ୍କର ଜନ୍ମଦିନ ଥିବାରୁ ଶ୍ରୀ ଦାସ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe