ଏଚ୍‌ଇସିଆଇ ଗଠନ ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

Advertisment
ଶ୍ରମଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ଦ୍ୱାରା ଭାରତ ଆର୍ଥିକ ମହାଶକ୍ତି ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଭାରତୀୟ ଉଚ୍ଚଶିକ୍ଷା ଆୟୋଗ (ଏଚ୍‌ଇସିଆଇ) ଗଠନ କରିବା ନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ଏହି ଗୁରୁତ୍ବପୂର୍ଣ୍ଣ ସୁପାରିସ ଆମ ଶିକ୍ଷା ବ୍ୟବସ୍ଥାର ବି ଔପନିବେଶୀକରଣ ଦିଗରେ ଅନେକ ପଦକ୍ଷେପ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବ। ଶିକ୍ଷାନୁଷ୍ଠାନର ଗଭର୍ଣ୍ଣାନ୍‌ସ ଉପରେ ଦୃଷ୍ଟି ଦେବା ସହ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶକ ସାଜିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe