୨୩୯ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟି‌ଲେ ଧର୍ମେନ୍ଦ୍ର

Advertisment
୨୩୯ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟି‌ଲେ ଧର୍ମେନ୍ଦ୍ର

Odisha Diary

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୭୫ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏପଟେ ଓଡ଼ିଶାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ରେଳ ଅଡିଟୋରିୟମରେ ଆୟୋଜିତ ‘ରୋଜଗାର ମେଳା’ କାର୍ଯ୍ୟକ୍ରମରେ ଓଡ଼ିଶାର ୨୩୯ଜଣ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡାକ, ଶିକ୍ଷା, ଅର୍ଥ, ଗୃହ, ଜଳ ସମ୍ପଦ, ଖଣି ଓ ଶ୍ରମ ବିଭାଗରେ ମୋଟ୍ ୨୩୯ ଜଣ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଥିଲା। ଏଥିରେ ଡାକ ବିଭାଗରେ ୮୯, ଆଇଆଇଟି ଭୁବନେଶ୍ୱରରେ ୬୧, ଆୟକର ବିଭାଗରେ ୧୫, ଇଏସ୍‌ଆଇସିରେ ୨୭, ବ୍ୟାଙ୍କିଂରେ ୨୧, ସିଆରପିଏଫ୍‌ରେ ୫, ସିଡବ୍ଲୁସିରେ ୩ ଏବଂ ବିଏସ୍‌ଏଫ୍‌, ସିଜିଡବ୍ଲୁବି ଓ ଭୂତତ୍ତ୍ୱ ବିଭାଗରେ ଜଣେ ଲେଖାଏ ନିଯୁକ୍ତିଧାରୀଙ୍କୁ ନିଯୁକ୍ତ ପତ୍ର ବଣ୍ଟାଯାଇଛି। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଏହି ସବୁ ସ୍ଥାୟୀ ନିଯୁକ୍ତି ପାଇଥିବା ନିଯୁକ୍ତିଧାରୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବ। ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ୫୦ଟି ସ୍ଥାନରେ ୭୫ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ପରବର୍ତ୍ତୀ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏଭଳି ୭୫ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଏଭଳି ମୋଟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବରୁ ମୋଦୀ ସରକାରର ୮ ବର୍ଷରେ ଲକ୍ଷାଧିକ ନିଯୁକ୍ତି ଦିଆଯାଇଛି। ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe