ନବ ଓ କିଶୋରଙ୍କ ଘରେ ଧର୍ମେନ୍ଦ୍ର

ନବ ଓ କିଶୋରଙ୍କ ଘରେ ଧର୍ମେନ୍ଦ୍ର

ଝାରସୁଗୁଡା: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଝାରସୁଗୁଡ଼ା ଆସିଥିବା ବେଳେ ସ୍ବର୍ଗତ ନବ ଦାସ ଓ ସ୍ବର୍ଗତ କିଶୋର ମହାନ୍ତିଙ୍କ ବାସଭବନକୁ ଯାଇ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହିତ ଦିବଂଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନବ ଦାସଙ୍କ ଘରେ ପହଞ୍ଚି ପୁଅ ବିଶାଳ ଓ ଝିଅ ଦୀପାଳି ସହିତ କିଛି ସମୟ ଅଲୋଚନା କରି ନବଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ସେହିପରି ମଙ୍ଗଳବଜାର ସ୍ଥିତ ସ୍ବର୍ଗତ କିଶୋର ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

publive-image

ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ପୁତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଆଲୋଚନା ପରେ ବିଧାୟିକା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ଏହି ସାକ୍ଷାତ ଆଲୋଚନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା। ନିକଟରେ ଅନୁଷ୍ଠିତ ସ୍ବର୍ଗତ ମହାନ୍ତିଙ୍କ ବାର୍ଷିକ ଶ୍ରାଦ୍ଧ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମାତ୍ର ସେତେବେଳେ ସେ ଆସିପାରି ନଥିଲେ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ଉଭୟ ନେତାଙ୍କ ବିୟୋଗରେ ହୋଇଥିବା ଶୂନ୍ୟ ସ୍ଥାନକୁ ନୂତନ ପିଢ଼ି ପୂରଣ କରିବେ ବୋଲି ଶ୍ରୀମତୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe