କଟକ-ଅନୁଗୁଳ, ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥ କାମ ତ୍ବରାନ୍ବିତ କରାଯାଉ, ଗଡ଼କାରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

କଟକ-ଅନୁଗୁଳ, ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥ କାମ ତ୍ବରାନ୍ବିତ କରାଯାଉ, ଗଡ଼କାରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

DNA India

ଭୁବନେଶ୍ବର : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୪୨(୫୫) ନମ୍ବରର କଟକ-ଅନୁଗୁଳ ସେକ୍ସନ ଓ ସମ୍ବଲପୁର-ଅନୁଗୁଳ ସେକ୍ସନ ସଡ଼କର ସଂପ୍ରସାରଣ ଓ ବିକାଶମୂଳକ କାମ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଗଡ଼କରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏ ସମ୍ପର୍କରେ ଅବଗତ କରାଇଛନ୍ତି।

୨୦୧୮ ଡିସେମ୍ବରରେ ଏନ୍‌ଏଚ୍‌-୪୨(୫୫)ର ଶିଳାନ୍ୟାସ ହୋଇଥିବା ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ। ପାଣିମହାର ଓ ଚନ୍ଦନପୋଖରୀରେ ୨ଟ ପୋଲର କାମ ଶେଷ ହୋଇ ନ ଥିବା ବେଳେ ୭ଟି ହାତୀ ଚଲାପଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି। ଏହାସହ ସଡ଼କ ନିର୍ମାଣ ପାଇଁ ଜମି ହରାଇଥିବା ଲୋକଙ୍କୁ ସଂଶୋଧିତ ମୂଲ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟା‌ଣ ଦୃଷ୍ଟିରୁ ବ୍ୟକ୍ତିଗତ ସ୍ତରରେ ଏହାକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯେ ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ବଇଣ୍ଡାର ଗ୍ରାମବାସୀମାନେ ଜାତୀୟ ରାଜପଥ-୪୨(୫୫) ସମସ୍ୟା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe