ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

Advertisment
ଇସ୍ପାତ ପ୍ଲାଣ୍ଟ୍‌ ଦ୍ୱାରା ଅକ୍ସିଜେନ୍‌ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

zeebiz.com

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡ଼ିଆ ଶ୍ରମିକ ଫସି ରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଶ୍ରୀ ପ୍ରଧାନ ଟ୍ବିଟ୍‌ କରି ଏହି ସୂଚନା ଦେବା ସହ କହିଛନ୍ତି, ଗୁଜୁରାଟର ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବ‌ା ଓଡ଼ିଆ ଶ୍ରମିକମାନେ ଲକ୍‌ ଡାଉନ୍ ସମୟରେ ଅନେକ ସମସ୍ୟାର ସାମ୍ନା କରୁଥିବା ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲି। ଏହି ପ୍ରବାସୀ ଶ୍ରମିକମାନଙ୍କ ରହିବା, ଖାଇବା, ସାମାଜିକ ଦୂରତ୍ବ ସହ ସ୍ବାସ୍ଥ୍ୟ କଥା ଚିନ୍ତା କରିବା ନେଇ ରା‌ଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ରୂପାନୀ କହିଥିଲେ। ସେହିପରି ଗୁଜୁରାଟରେ ଥିବା ଶ୍ରମିକଙ୍କ ସମ୍ପର୍କରେ ଗୁଜୁରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe