ଭୋଟର ତାଲିକାରେ ତ୍ରୁଟି ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର: ‘ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ’

କମ୍ରେଡ ପ୍ରସନ୍ନ କୁମାର ପଣ୍ଡାଙ୍କ ନାମରେ ଡାକଟିକଟ ପ୍ରଚଳନ ପ୍ରସଙ୍ଗ: ଅଶ୍ୱିନୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

AajTak

ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପରେ ବି ଆମେ ଆମର ଭୋଟର ତାଲିକା ଠିକ୍‌ ଭାବେ ପ୍ରସ୍ତୁତ କରିନପାରିବା ଚିନ୍ତା ଓ ପରିତାପର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଭୋଟର୍ ତାଲିକାରେ ତ୍ରୁଟି ଏବଂ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ଅସମର୍ଥ ହେବା ଖବର ଦୁଃଖଦାୟକ। ଏହା ଗଣତନ୍ତ୍ର ପାଇଁ ଶୁଭ ଖବର ନୁହେଁ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥରେ ଡଙ୍ଗରିଆମାନେ ନିଜ ନାଁ ଭୋଟର୍ ତାଲିକାରେ ନଥିବାରୁ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ନିଜ ନାଁ ତାଲିକାରେ ସାମିଲ କରିବା ଦାବିର ଦୃଶ୍ୟ ଗଣମାଧ୍ୟମରୁ ଦେଖି ଚିନ୍ତା ଲାଗୁଛି।

ବିଭିନ୍ନ ଜିଲ୍ଲାରେ ପ‌ଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମା ବିବାଦ ଅଞ୍ଚଳର ଭାଇ-ଭଉଣୀମାନଙ୍କର ନାଁ ଭୋଟର ତାଲିକାରେ ନଥିବା କାରଣରୁ ସେମାନଙ୍କର ପ୍ରତିବାଦର ସ୍ବର ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଖାମଖିଆଲି ଓ ମନମୁଖୀ କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ‌େଲାକମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି। ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଏବଂ ଏହାକୁ ନିର୍ଭୁଲ କରିବା ପାଇଁ ଦାୟିତ୍ବବାନ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ। ପ୍ରାୟ ସବୁ ଜିଲ୍ଲାରେ ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ବ୍ୟାପକ ତ୍ରୁଟି କାରଣର ଉଚ୍ଚସ୍ତରୀୟ ତଦନ୍ତ କରି ସମୀକ୍ଷା କରାଯାଉ। ଦୋଷୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିସନ ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe