ରାଜ୍ୟବାସୀଙ୍କ ଜୀବନଶୈଳୀକୁ ସହଜ କରିବା ଉପରେ ଗୁରୁତ୍ବ

ରାଷ୍ଟ୍ରାୟତ ଉଦ୍ୟୋଗର ଅଧିକାରୀଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

image source--new-indian-express

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଓଡ଼ିଶାର ପରିଚାଳନା ଦାୟିତ୍ବରେ ଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଯୋଗେ କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କଥା‌ ହୋଇଛନ୍ତି। ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଓଡ଼ିଶାରେ ଲକ୍‌ ଡାଉନ୍ ସମୟସୀମା ମଧ୍ୟରେ ଲୋକମାନେ କିପରି ସହଜରେ ସବୁ ସୁବିଧା ପାଇପାରିବେ, ସେ ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଥିଲେ, କରୋନା ମହାମାରୀ ପରି କଷ୍ଟକର ସମୟରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ‌ର କର୍ମଚାରୀମାନେ କେବଳ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ କାମ କରୁ ନାହାନ୍ତି, ବରଂ ସେମାନେ ଏକ ସୁସ୍ଥ ଓଡ଼ିଶା ଓ ଭାରତ ଗଠନ ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ନିଜ ଦରମା ମଧ୍ୟ ଦାନ କରିଛନ୍ତି। କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରୁଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରାୟତ ଉଦ୍ୟୋଗ ବିଶେଷ କରି ତୈଳ ଓ ଗ୍ୟାସ୍, ଇସ୍ପାତ, ପୂର୍ବତଟ ରେଳବାଇ, ବିଏସ୍‌ଏନ୍ଏଲ୍‌, ଏନ୍‌ଏଚ୍‌ଏଆଇ, ନାଲ୍‌କୋ, ଏନ୍‌ଟିପିସି, ଭାରତୀୟ ବିମାନ ସେବା ପ୍ରାଧିକରଣ, ଏମ୍‌ସିଏଲ୍‌, ପାରାଦୀପ ବନ୍ଦର, ଭାରତୀୟ ଡାକ ଓ ଜାତୀୟ ପାୱାର୍‌ ଗ୍ରିଡ୍‌ ଲିମିଟେଡ୍‌କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ଭୂତାଣୁର ଅଧିକ ସଂକ୍ରମଣ ରୋକିବାକୁ ସମସ୍ତ କର୍ମଚାରୀଙ୍କୁ ଘରେ ତିଆରି ମାସ୍କ ପିନ୍ଧିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଏହା ସହ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ଏବଂ ଅନ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ମଜବୁତ୍‌ କରିବା ପାଇଁ ‌େକନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe