ଓଡ଼ିଶାର ପ୍ରତିଭାଙ୍କୁ ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର

Advertisment
ଓଡ଼ିଶାକୁ ମିଳିଛି ଅ‌ଢ଼େଇ ହଜାର କୋଟିରୁ ଅଧିକ: ଧର୍ମେନ୍ଦ୍ର

NDTV.com

ଭୁବନେଶ୍ବର : ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେଇ ଓଡ଼ିଶାର ପ୍ରତିଭାକୁ ସମ୍ମାନ ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥି ପାଇଁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ଓଡ଼ିଆଙ୍କ ପ୍ରତିଭାଙ୍କୁ ସ୍ବୀକୃତି ଦେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ। ସାଧନା ମାଧ୍ୟମରେ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରିଥିବା ଏହି ବିଶିଷ୍ଟ ବ୍ୟକ୍ତିମାନେ ପ୍ରେରଣାର ଉଦାହରଣ ସୃଷ୍ଟି କରିପାରିଛନ୍ତି। ନୂଆ ଭାରତର ନୂଆ ପରମ୍ପରା ସହ ଏହି ପଦ୍ମ ପୁରସ୍କାର ତୃଣମୂଳ ସ୍ତରର ସାମାଜିକ ପ୍ରତିଭାଙ୍କୁ ସମ୍ମାନ କରୁଛି।

ସେହିପରି ସ୍ବର୍ଗତ ଅରୁଣ ଜେଟ୍‌ଲୀ, ସୁଷମା ସ୍ବରାଜ ଓ ଜର୍ଜ ଫର୍ଣ୍ଣାଡିସ୍‌ଙ୍କ ପରି ନିଷ୍ଠାବାନ ଜନନେତାଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ରାଜନୀତିରେ ଅତୁଳନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ସେମାନଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe