ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ସବୁ ଗାଁକୁ ଇଣ୍ଟରନେଟ ସେବା: ଧର୍ମେନ୍ଦ୍ର ପ୍ରଧାନ

Advertisment
ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ସବୁ ଗାଁକୁ ଇଣ୍ଟରନେଟ ସେବା: ଧର୍ମେନ୍ଦ୍ର ପ୍ରଧାନ

ଯୁଯୁମୁରା: ଆଜି କେନ୍ଦ୍ରର ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ଏକ ଜନସଭାରେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟର ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ।
ଓଡ଼ିଶାରେ ଗତ ୨୨ ବର୍ଷ ମଧ୍ୟରେ ଏକ ଛଳନାକାରୀ ସରକାରଙ୍କ ଶାସନ ଚାଲିଛି। ଥାନା, ତହସିଲ ଯେଉଁଠିକି ଗଲେ ଟଙ୍କା ନଦେଲେ କାମ ହେଉନାହିଁ। ଦୁର୍ନୀତିରେ ବୁଡି ରହିଛି ରାଜ୍ୟ ସରକାର। କିନ୍ତୁ, ମାତ୍ର ୮-ବର୍ଷରେ କେନ୍ଦ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗରିବ ଜନ ସାଧାରଣଙ୍କଠାରୁ ଆରମ୍ଭ କରି ଦେଶର ଉନ୍ନତି ପାଇଁ ବହୁତ କିଛି କାମ କରିଛନ୍ତି। ପ୍ରଯୁକ୍ତି ବିଦ୍ୟାର ବିକାଶ ହୋଇଛି। ଏହି ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଯୁଯୁମୁରାର ଗରିବ ଇସାକ ମୁଣ୍ଡା ଲକ୍ଷପତି ହୋଇ ପାରିଛନ୍ତି।

publive-image

ସେ ଆହୁରି କହିଥିଲେ ଏବେ ବି ସମ୍ବଲପୁର ଜିଲ୍ଲାର ବହୁ ଗାଁକୁ ଇଣ୍ଟରନେଟ ସେବା ଅପହଞ୍ଚ ରହିଛି। ଆଜି ପବିତ୍ର ଶୀତଳ ଷଷ୍ଠୀ। ଆସନ୍ତା ଶୀତଳ ଷଷ୍ଠୀ ଅର୍ଥାତ ଏକ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ମୋଦୀ ସରକାର ଗରିବ ତଥା ଗାଁ, ସହର ସବୁ ଅଞ୍ଚଳ ଓ ସବୁବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟାପକ ଅର୍ଥ ରାଶି ଯୋଗାଇ ଦେଉଛନ୍ତି। ମାତ୍ର ତାହା ବାଟମାରଣା ହେଉଛି। ରାଜ୍ୟର ଏହି ଛଳନାକାରୀ ସରକାରଙ୍କ ମୁଖା ଖୋଲିବାକୁ ହେବ। ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ମୋର ଅନୁରୋଧ, ସେମାନେ ଗାଁ ଗାଁକୁ ଯାଇ ଯୁବକ ଯୁବତୀ, କୃଷକ, ଶ୍ରମିକ ସମସ୍ତଙ୍କୁ ଏକାଠି କରି ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦିଅନ୍ତୁ ଏବଂ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

publive-image

ପ୍ରବଳ ତାତି ସତ୍ତ୍ୱେ ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ବହୁ ସଂଖ୍ୟାରେ ଏକାଠି ହୋଇଥିବା ଜନତାଙ୍କୁ ଦେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେଶ ପ୍ରଭାବିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ କି ବାତ'ରେ ସ୍ଥାନ ପାଇଥିବା ଇସାକ ମୁଣ୍ଡାଙ୍କୁ ବେଶ ପ୍ରଶଂସା କରିଥିଲେ। ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲାରେ ଅନେକ ଇସାକ ମୁଣ୍ଡା ବାହାରିବେ ବୋଲି ସେ କହିଥିଲେ। ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଓ ଯୁବ ନେତା ଜୟନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ରେଙ୍ଗାଲି ବିଧାୟକ ନାଉରି ନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ବହୁ ନେତା ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe