ହିଞ୍ଜିଳିକାଟୁରେ ବିଜେଡି-ବିଜେପି ପ୍ରଚାର ଜୋର୍‌ଦାର୍‌, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

Advertisment
ହିଞ୍ଜିଳିକାଟୁରେ ବିଜେଡି-ବିଜେପି ପ୍ରଚାର ଜୋର୍‌ଦାର୍‌, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଶେରଗଡ଼/ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଆଜି ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଧରି ଖୋଦ୍ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଥିବା ବେଳେ ଏଠାରେ ବିକାଶର ନାଁ ଗନ୍ଧ ନାହିଁ। ସବୁ ଗ୍ରାମକୁ ପାଣି ଯୋଗାଣ ହୋଇ ପାରୁ ନଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଲଟିଛି। ଡାକ୍ତର ଅଭାବ ଏଠାରେ ପୂରଣ ହୋଇପାରୁନି। ନିଯୁକ୍ତି ଅଭାବରୁ ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାରୁ ବହୁ ଲୋକ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି। ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି। ।

ବିଜେପି ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଆସିକା ସାଂସଦ ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶିନୀ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର , ରାଘବ ପରିଡା, ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିଶିର ମିଶ୍ର ,ପୃଥ୍ବୀରଞ୍ଜନ ମହାପାତ୍ର ଓ ମାଧବ ଗୌଡ଼ଙ୍କ ସମେତ ଜିଲ୍ଲା ଓ ମଣ୍ଡଳସ୍ତରୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ପୂର୍ବତନ ଉପନଗରପାଳ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ସମେତ ତାଙ୍କ ସମର୍ଥକ ମାନେ ବିଜେପିରେ ସାମିଲ ହୋଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe