ଦାମଙ୍କ ପାଇଁ ପ୍ରଚାର କଲେ ଧର୍ମେନ୍ଦ୍ର

Advertisment

ଭଦ୍ରକରେ ବି ମାରାଥନ୍ ପ୍ରଚାର

ଭଦ୍ରକରେ ବି ମାରାଥନ୍ ପ୍ରଚାର

ଦାମଙ୍କ ପାଇଁ ପ୍ରଚାର କଲେ ଧର୍ମେନ୍ଦ୍ର

ବାଲିକୁଦା/ଭଦ୍ରକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହିତ, ଭଦ୍ରକ ଓ ଯାଜପୁରରେ ଦଳ ପକ୍ଷରୁ ମାରାଥନ୍‌ ପ୍ରଚାର କରିଛନ୍ତି।

ଜଗତ୍‌ସିଂହପୁରର ବୋରିକିନା କଲେଜ ପଡିଆରେ ଦଳ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ବିଜେପି ସରକାର ଗଢିଲେ ମନ୍ତ୍ରିମଣ୍ତଳରେ ଡା. ରାଉତ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିବେ।

ଏଥିସହିତ, ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ମଧ୍ୟ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ କଂସ, ଶିବବ୍ରତ ଦାସ, ମୋହିତ ମହାନ୍ତି, ଅମିତା ଦାସ, ତପନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସେହିଭଳି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳର ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ। ଭଦ୍ରକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସାତଭଉଣୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଆରଡ଼ି ଛକ ଦେଇ ଭଦ୍ରକର କଚେରି ରୋଡ୍‌, ନୂଆବଜାର, ରାଜଘାଟ ଛକ, କୁଆଁଶ, ଚନ୍ଦନବଜାର, ପୁରୁଣାବଜାର ଅଞ୍ଚଳରେ ରୋଡ୍‌ ସୋ’ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe