ଢେଙ୍କାନାଳର ପୌରାଧ୍ୟକ୍ଷାଙ୍କ ଘରକୁ ବୋମାମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

Advertisment
ଢେଙ୍କାନାଳର ପୌରାଧ୍ୟକ୍ଷାଙ୍କ ଘରକୁ ବୋମାମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ongcindia.com

ଭୁବନେଶ୍ୱର: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ଏବଂ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କୁ ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିବା ତଥା ତାଙ୍କ ବାସଭବନକୁ ବୋମା ମାଡ଼ ଘଟଣାରେ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଡିଜିଙ୍କ ସହ କଥା ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଢେଙ୍କାନାଳ ହେଉଛି ଶାନ୍ତିପ୍ରିୟ ଅଞ୍ଚଳ। ଦୁର୍ବୃତ୍ତମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଅତ୍ୟନ୍ତ ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ, ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର କାରଣ। ନିକଟ ଅତୀତରେ ପ୍ରାକ୍ ଏବଂ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କଲା ଭଳି ମନେହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe