ମହିଳା ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ଦେବା ଘୋଷଣା ମାଛ ତେଲରେ ମାଛ ଭାଜିବା ଭଳି : ଧର୍ମେନ୍ଦ୍ର

Advertisment
ମହିଳା ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ଦେବା ଘୋଷଣା ମାଛ ତେଲରେ ମାଛ ଭାଜିବା ଭଳି : ଧର୍ମେନ୍ଦ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵିତୀୟ ଦିନରେ ବୁଧବାର ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମଙ୍ଗଳବାର (୨୦୨୨ ନଭେମ୍ବର ୨୯) କରାଯାଇଥିବା ୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଘୋଷଣା ମାଛ ତେଲରେ ମାଛ ଭାଜିବା ଭଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟଙ୍କା ଦେଲେ, ନବୀନବାବୁ କହୁଛନ୍ତି ମୁଁ ଦେଲି। ପାନୀୟ ଜଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି, ହେଲେ ରାଜ୍ୟ ସରକାର କାମ କରୁନାହାନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଇନପୁଟ ସବସିଡି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିନି। ପଦ୍ମପୁରକୁ ନବୀନବାବୁ ଆସିଲେ ତାଙ୍କୁ ପଚାରିବେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଅନ୍ତୁ। ପଦ୍ମପୁରରେ ଘୋଷଣା କରନ୍ତୁ ମୁଖ୍ୟମନ୍ତ୍ରୀ ହିସାବରେ, କିନ୍ତୁ ବିଜେଡି ସଭାପତି ହିସାବରେ ନୁହେଁ। ଚାଷୀଙ୍କୁ ବୋନସ ଦେବା କଥା ହେଉଛି ଆପଣଙ୍କର ପାଣିର ଗାର। ମୋଦୀ ଗରିବଙ୍କୁ ଟଙ୍କା ଦେଇଛନ୍ତି। ଘର୍ କରିବା ପାଇଁ କିନ୍ତୁ ଏଠି ଲୁଟ ହେଉଛି। ସୁନ୍ଦରଗଡ଼ରୁ ବିଜେପି ବିଧାୟିକା କୁସୁମ ଟେଟେଙ୍କ ନାରେ ଥାନାରେ ଏତଲା ହୋଇଛି। କିନ୍ତୁ ନାଗ ଫାସରେ ଥିବା ନେତା ଏଠି ପଞ୍ଚାୟତରେ ପ୍ରଚାର କରୁଛନ୍ତି। ଚିଟ୍ ଫଣ୍ଡ ଦୁର୍ନୀତିରେ ଥିବା ନେତା ବି ଏଠାରେ ଅଛନ୍ତି।

ରାଜ୍ୟରେ ମୁଣ୍ଡ ପିଛା ରୁଣ ୨୫୦୦୦ ଟଙ୍କା। ଏହା ହେଉଛି ନବୀନବାବୁଙ୍କ ପାରିବା ପଣିଆ। ନବୀନବାବୁ ଲୋକଙ୍କୁ ଠକୁଛନ୍ତି। ଦିନରେ ଲଣ୍ଠନ ଦେଖାଉଛନ୍ତି। ଏଠି ନିଷ୍ପେସିତ ଲୋକଙ୍କୁ ହଇରାଣ କରାଯାଉଛି। ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ସରଂକ୍ଷଣ ଉଠେଇଦେଲେ। ଓବିସିମାନଙ୍କୁ କେବେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସରଂକ୍ଷଣ ଦେବେ? ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ, କୁଲତା ଓ ମେହେର ସାମାଜ ପାଇଁ କେବଳ ଭବନ କଲେ ହେବନି। ସେମାନଙ୍କ ବ୍ୟତୀତ ବୈଶ୍ୟ, ଚଷା ଆଦି ଜାତିମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଘୋଷଣା କରନ୍ତୁ। ଯେପର୍ଯ୍ୟନ୍ତ ସବୁ ଜିଲା ଓ ସବୁ ଅଞ୍ଚଳର ଲୋକଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଠା ନଯାଉଛି ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପୋର୍ଟାଲ ଖୋଲା ଯିବନି ବୋଲି ଧର୍ମେନ୍ଦ୍ର ନିର୍ବାଚନ ସଭାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe