ଧର୍ମେନ୍ଦ୍ରଙ୍କ ୫ ଦିନିଆ ବିଦେଶ ଗସ୍ତ ଶେଷ : ଭାରତରେ ଇସ୍ପାତ ବ୍ୟବହାର ବଢ଼ାଇବାକୁ ଗୁରୁତ୍ୱ

Advertisment
ଧର୍ମେନ୍ଦ୍ରଙ୍କ ୫ ଦିନିଆ ବିଦେଶ ଗସ୍ତ ଶେଷ : ଭାରତରେ ଇସ୍ପାତ ବ୍ୟବହାର ବଢ଼ାଇବାକୁ ଗୁରୁତ୍ୱ

ଭୁବନେଶ୍ବର : ଭାରତରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୨୦୩୦ ସୁଦ୍ଧା ଇସ୍ପାତ ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ଯୋଜନା ରହିଛି। ଭାରତରେ ବଢ଼ୁଥିବା ଇସ୍ପାତ ଚାହିଦା ଇସ୍ପାତ ଶିଳ୍ପକୁ ଦ୍ରୁତ ବିକାଶ ଆଡ଼କୁ ନେବ। ପାଞ୍ଚ ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀର ଟୋକିଓଠାରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ‌େଗ୍ଲାବାଲ ଫୋରମ୍‌(ଜିଏଫ୍‌ଏସ୍‌ଇଏସ୍‌)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। କୋଟି କୋଟି ଭାରତୀୟଙ୍କ ସ୍ବପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ୍‌ ଆମେରିକୀୟ ଡଲାର ଖର୍ଚ୍ଚ କରି ଦେଶର ଭିତ୍ତିଭୂମି ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ‌େସ କହିଥିଲେ।ଏହି ଅବସରରେ ଶ୍ରୀ ପ୍ରଧାନ ଜାପାନର ଶିଳ୍ପ ଓ ପ୍ରାକୃତିକ ସମ୍ବଳ ମନ୍ତ୍ରୀ ବଣ୍ଡାର ଅଲ୍‌-ଖୋରାଐଫ୍‌ଙ୍କୁ ଭେଟି ଇସ୍ପାତ କ୍ଷେତ୍ରରେ ସାଉଦି ଆରବ ସହ ସହଯୋଗର ସମୀକ୍ଷା କରିଥିଲେ। ସେହିପରି ଟୋକିଓଠାରେ ଜାପାନର ଅର୍ଥ ମନ୍ତ୍ରୀ ହିରୋସୀମା କାଜିୟାମାଙ୍କ ସହ ତାଙ୍କର ବୈଠକ ହୋଇଥିଲା। ନୂଆ ନିଯୁକ୍ତି ପାଇଁ ଅର୍ଥ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନର ତୈଳ, ଗ୍ୟାସ୍ ଓ ଇସ୍ପାତ କ୍ଷେତ୍ରର ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ସହ ଗତ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ରୁଷ ଓ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସେ ଉଭୟ ଦେଶର ବିଭିନ୍ନ ତୈଳ, ଗ୍ୟାସ୍‌ ଓ ଇସ୍ପାତ ସମ୍ପର୍କିତ ପ୍ରକଳ୍ପ ବୁଲି ଦେଖିବା ସହ ଓଡ଼ିଶା ଓ ରୁଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲେ। ରୁଷର ସାଖାଲିନ-୧ ପ୍ରକଳ୍ପର ସମୀକ୍ଷା କରିବା ସହ ଜାପାନ ଗସ୍ତ କରି ସେଠାକାର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନିର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ସହ ଇସ୍ପାତ କ୍ଷେତ୍ରକୁ ଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe