ରାଷ୍ଟ୍ର ପାଇଁ ସହିଦ ସରୋଜ ଦାସଙ୍କ ସେବା ଓ ସମର୍ପଣ ଭାବନା ସ୍ମରଣୀୟ ହୋଇ ରହିବ: ଧର୍ମେନ୍ଦ୍ର

Advertisment

ସହୀଦ ଯବାନ ସରୋଜ ଦାସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସହୀଦ ଯବାନ ସରୋଜ ଦାସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ରାଷ୍ଟ୍ର ପାଇଁ ସହିଦ ସରୋଜ ଦାସଙ୍କ ସେବା ଓ ସମର୍ପଣ ଭାବନା ସ୍ମରଣୀୟ ହୋଇ ରହିବ: ଧର୍ମେନ୍ଦ୍ର

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢ଼ିପ ଗାଁରେ ସହୀଦ ଯବାନ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସହିଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି ଅଞ୍ଚଳର ବୀରପୁତ୍ର ଥିଲେ। ରାଷ୍ଟ୍ର ପାଇଁ ତାଙ୍କର ସେବା କାର୍ଯ୍ୟ, ସମର୍ପଣ ଭାବନା ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରୁଛି।

publive-image

ଉଲ୍ଲେଖଯୋଗ୍ୟ, କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ସ‌ରୋଜ କୁମାର ଦାସ ସେନାରେ ହାବିଳଦାର ପଦବିରେ ମୁତୟନ ଥିଲେ। ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ବଡ଼ଭାଇ ମନୋଜ କହିଛନ୍ତି, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ। ସରୋଜ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ଗଲା ଫେବ୍ରୁଆରି ୧୧ ତାରିଖ‌ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍‌ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମ୍‌କୁ ଡ୍ୟୁଟି ପାଇଁ ଯାଇଥିଲେ। ସେହିଦିନ ରାତି ୧୦ଟା ବେଳେ ଘରକୁ ଫୋନ୍‌ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର୍‌ ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ। ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିଲେ। ଅକ୍ଟେବାର ୭ ତାରିଖ ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍‌ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍‌ କରି ଖବର ଦିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍‌ ପକ୍ଷରୁ ବାରମ୍ବାର କୁହାଯାଉଥିଲା। ଶେଷରେ ଅକ୍ଟୋବର ୮ ତାରିଖ ଦିନ ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe