ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଓ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦିଆଯାଉ: ଧର୍ମେନ୍ଦ୍ର

Advertisment

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌, ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌, ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି

ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆସୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବାର ଆବଶ୍ୟକତା ରହିଛି। ଏ ଦିଗରେ ଭାରତୀୟ ଇସ୍ପାତ କ୍ଷେତ୍ର‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ ଶୀର୍ଷକ ୱେବିନାର୍‌ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଗ୍ରାମୀଣ ବିକାଶ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି। ନିକଟରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠି, ୫ ହଜାର ସବିଜି ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନେକ କଲ୍ୟାଣକାରୀ ଯୋଜନା ଇସ୍ପାତ ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ କ୍ଷେତ୍ରର ଅଗ୍ରଣୀ ସଂସ୍ଥାଗୁଡ଼ିକୁ ଗ୍ରାମାଞ୍ଚଳର ଇସ୍ପାତ ଆବଶ୍ୟକତା ପୂରଣ ଦିଗରେ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ । ସେ ଆହୁରି କହିଥିଲେ ଯେ ଗ୍ରାମୀଣ ଭାରତରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଆମର ଲକ୍ଷ୍ୟ ରହିଛି। ଏହା ଦ୍ୱାରା ଗ୍ରାମୀଣ ଅଞ୍ଚଳରେ ନୂଆ ସୁଯୋଗ ତିଆରି ହେବ ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ। ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି। ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଓ ଆହ୍ବାନକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe