ମା’ ସମଲେଇଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ସମ୍ବଲପୁରରେ ବିଜେପି କର୍ମୀଙ୍କ ସହିତ ଖେଳିଲେ ହୋଲି

ଶଙ୍ଖ ଭବନରେ ମନ୍ତ୍ରୀ, ବିଧାୟକ ଓ କର୍ମୀ ଖେଳିଲେ ହୋଲି

ମା’ ସମଲେଇଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ସମ୍ବଲପୁରରେ ବିଜେପି କର୍ମୀଙ୍କ ସହିତ ଖେଳିଲେ ହୋଲି

ଭୁବନେଶ୍ବର/ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଉତ୍ସାହର ସହିତ ହୋଲି ଖେଳିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ସକାଳୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟାରେ ସମ୍ବଲପୁର ଅଭିମୁଖେ ବାହାରି ରାତିରେ ପହଞ୍ଚି ଥିଲେ। ଆଜି ସକାଳୁ ପ୍ରଥମେ ମା’ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରଥମ ଥର ପାଇଁ ସମ୍ବଲପୁରରେ ପହଞ୍ଚିଛନ୍ତି।

publive-image

ସେହିଭଳି ଶଙ୍ଖ ଭବନରେ ଧୁମଧାମରେ ରଙ୍ଗର ପର୍ବ ପାଳନ ହୋଇଛି। ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଏକାଠି ହୋଇଛନ୍ତି ବହୁ ନେତା ଓ କର୍ମୀ ହୋଲି ଖେଳିଥିଲେ। ପରସ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ଆଗକୁ ନିର୍ବାଚନ ଥିବାରୁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe