‘ଚାଷୀଙ୍କ କଟା ଘା’ରେ ଆଉ ଚୂନ ମାରନି’

Advertisment

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

‘ଚାଷୀଙ୍କ କଟା ଘା’ରେ ଆଉ ଚୂନ ମାରନି’

ଅନୁଗୁଳ : ରାଜ୍ୟରେ ଚଳିତବର୍ଷ ମରୁଡ଼ି ସାଂଗକୁ ଚକଡ଼ା ପୋକ ଚାଷୀକୂଳର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ନେଇ କେଉଁଠି ଚାଷୀ ଧାନ କ୍ଷେତରେ ନିଆଁ ଲଗାଉଛି ତ, କେଉଁଠି କ୍ଷେତରେ ନିଆଁ ଲଗାଇ ବିଷ ପିଇ ଆତ୍ମହତ୍ୟା କଲା ଭଳି ଚରମ ପଦକ୍ଷେପ ନେଉଛି। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଲାଗି ରହିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି। ଅନୁଗୁଳରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କାହାର ନାଁ ନ ନେଇ କହିଛନ୍ତି, ଓଡ଼ିଶାରେ ଚାଷୀକୂଳ ଏବେ ଚିନ୍ତାରେ। ଚାଷ କ୍ଷତି ଓ ପୋକ ଲାଗିବା କଷ୍ଟରେ ହତାଶ ହୋଇ ଚାଷୀ ଆତ୍ମହତ୍ୟା ଭଳି ଅନ୍ତିମ ପଦକ୍ଷେପ ନେଉଛି। ଏଭଳି ଚିନ୍ତାଜନକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆଉ ଚାଷୀଙ୍କ କଟା ଘା’ରେ ଚୂନ ଦିଅନ୍ତୁ ନାହିଁ। ଦାୟିତ୍ୱବାନ୍‌ ହୋଇ ଦାୟିତ୍ୱସଂପନ୍ନ ବ୍ୟକ୍ତି ଭାବେ ମନ୍ତବ୍ୟ ଦିଅନ୍ତୁ। ଅମାନବୀୟ ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ। ଓଡ଼ିଶାରେ ଚାଷ ଉଜୁଡ଼ି ଯାଇଛି। ସରକାର ବାହାଘର ବେଳେ ବାଇଗଣ ରୁଆ ନୀତି ଅବଲମ୍ବନ ନକରି ଠିକଣା ସମୟରେ ଉଚିତ୍‌ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe