ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ମିଥ୍ୟା ତଥ୍ୟ ଉପରେ ଆଧାରିତ: ଧ‌ର୍ମେନ୍ଦ୍ର

Advertisment
ଚୀନ ଓ ଆମେରିକା ବାଣିଜ୍ୟ ବିବାଦ ଯୋଗୁଁ ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି : ଧର୍ମେନ୍ଦ୍ର

Business Line

ଭୁବନେଶ୍ବର : ନରେନ୍ଦ୍ର ମୋଦୀ ଓ ପରିବର୍ତ୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିହିଁକି ଉଠୁଛନ୍ତି। ସେଥି ପାଇଁ ନିର୍ବାଚନୀ ପ୍ରଚାରରେ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟର ସାହାରା ନେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶାର ବିପଦ ବେଳେ ବିଜେପି ନେତାଙ୍କ ଅନୁପସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଏପରି ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ବିପଦ ବେଳେ ବିଜେପି ଠିଆ ନ ହେବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସତ୍ୟର ଅପଳାପ। କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ବରଗଡ଼ର ବିକାଶ ପାଇଁ ଯାଇଥିବା ବେଳେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ତାଙ୍କୁ ଟେକା, ପଥର ମାରିଥିଲା ? ଚକଡ଼ା ପୋ‌କର ଶିକାର ହୋଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରେ କେନ୍ଦ୍ର କୃଷି ମନ୍ତ୍ରୀ ପହଞ୍ଚିଥିଲା ବେଳେ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ ? ଏହା ବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ବିକାଶମୂଳକ କାମରେ ସାଙ୍ଗରେ ନେଇ ଯାଇଛନ୍ତି। ପ୍ରଧାମନ୍ତ୍ରୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରାଉରକେଲା, ତାଳଚେର, ଭୁବନେଶ୍ବର ଆଦି ସ୍ଥାନରେ କାର୍ଯ୍ୟକ୍ରମ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନକ୍ସଲ ସମସ୍ୟାର ସମୀକ୍ଷା ପାଇଁ କୋରାପୁଟ ଯାଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ କୋରାପୁଟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗୋଟିଏ ବି ରାତି ବିତେଇ ନାହାନ୍ତି। ଖଣିଖାଦାନର ସମସ୍ୟା ବୁଝିବା ପାଇଁ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଶକ୍ତି ବିଭାଗର କଥା ବୁଝିବା ପାଇଁ ପିୟୂଷ ଗୋଏଲ୍‌ ଓ ପରବର୍ତ୍ତୀ ସମୟରେ ଆର୍‌ କେ ସିଂହ, ଉମା ଭାରତୀ ଓ ନୀତିନ ଗଡ଼କରୀ ଓଡ଼ିଶା ଆସି ନ ଥିଲେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସବ୍‌ କି ସାଥ୍‌, ସବ୍‌ କି ବିକାଶ ବିଜେପିର ପ୍ରତିବଦ୍ଧତା। ରାଜନୀତି ତା’ ବାଟରେ ହେଉ। ରାଜନୀତିରେ ବିକାଶ ପେଶି ହୋଇ ନ ଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe