ମୁଖ୍ୟମନ୍ତ୍ରୀଙ୍କ ‘କେନ୍ଦ୍ରୀୟ ଅବହେଳା’ର ଅଭିନୟ ଏଥର ଶେଷ ହେବ: ଧର୍ମେନ୍ଦ୍ର

Advertisment
ମୁଖ୍ୟମନ୍ତ୍ରୀଙ୍କ ‘କେନ୍ଦ୍ରୀୟ ଅବହେଳା’ର ଅଭିନୟ ଏଥର ଶେଷ ହେବ: ଧର୍ମେନ୍ଦ୍ର

photo by : New Indian Express

ଭୁବନେଶ୍ବର : ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଉପରେ ଅ‌ାଜି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କେନ୍ଦ୍ରୀୟ ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିନୟ ଏଥର ଶେଷ ହେବ। ବିଜେପି ନେତାମାନେ ଓଡ଼ିଶାର ସମସ୍ୟା ସମୟରେ ଦେଖା ନ ଥିବା ବୋଲି ସେ କହିବା ସମ୍ପୂର୍ଣ୍ଣ ଅମୂଳକ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଓଡ଼ିଶାରେ ୧୦ ହଜାର କିମି ଜାତୀୟ ରାଜପଥ ଆସିଥିଲା ବେଳେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥକୁ କିଏ ଅଟକାଇଛି? ଖୋର୍ଦ୍ଧା ରେଳ ଲାଇନ୍ ପାଇଁ କିଏ ଜାଗା ଦେଇ ନାହିଁ? ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନ୍ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଥିବା ସର୍ତ୍ତରେ କିଏ ଖିଲାପ କରିଛି? ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ କହି କିଏ ଠକିଛି? ନ‌େରନ୍ଦ୍ର ମୋଦୀ ଓ ଓଡ଼ିଆ ଲୋକଙ୍କ ମଧ୍ୟରେ ପ୍ରହେଳିକା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ କରୁଛନ୍ତି, ତାହା ବିଫଳ ହେବ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଅସୂୟା ଭାବକୁ ବାରମ୍ବାର ପ୍ରକାଶ କରୁଛନ୍ତି। ଓଡ଼ିଶାର ବିପଦ ସମୟରେ ବିଜେପି ନେତୃମଣ୍ଡଳୀ ତଥା ପ୍ରଧାନମନ୍ତ୍ରୀ କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି। ସମ୍ଭବତଃ ସେ ପୁରୁଣା କଥା ଭୁଲିଯାଉଛନ୍ତି। ୧୯୯୯ ମହାବାତ୍ୟାରେ ଓଡ଼ିଶାର ଅଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଓଡ଼ିଶା ନିଜ ଗୋଡ଼ରେ କିପରି ଠିଆ ହେବ, ସେ ନେଇ ଚିନ୍ତାଜନକ ସ୍ଥିତି ଥିଲା। ଏହି ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଓଡ଼ିଶା ପାଇଁ ଅର୍ଥ ବର୍ଷା କରିଥିଲେ। ଆଜି ଏହାକୁ ସମୀକ୍ଷା କରିବାର ସମୟ ଆସିଛି।

କେନ୍ଦ୍ର ସହାୟତାର ତଥ୍ୟ ଦେଇ ପ୍ରଧାନ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ କଂଗ୍ରେସ ସରକାର ଓଡ଼ିଶାକୁ ୪ ଲକ୍ଷ ୯୦ ହଜାର ଇନ୍ଦିରା ଆବାସ ଦେଇଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୯ ଲକ୍ଷ ୨୦ ହଜାର ପକ୍କା ଘର ଦେଇଥିବା ବେଳେ ୮ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇସାରିଲାଣି। ରାଜ୍ୟରେ ଡିଏମ୍‌ଏଫ୍‌େର ସାଢ଼େ ୬ ହଜାର କୋଟି ଟଙ୍କାରୁ ଅଧିକ ଥିଲା ବେଳେ ଏହି ପଇସାକୁ ନବୀନ ଖର୍ଚ୍ଚ କରିପାରୁ ନାହାନ୍ତି। କୁମ୍ଭୀର କାନ୍ଦଣା କିଏ କାନ୍ଦୁଛି, ଓଡ଼ିଶାର ଲୋକମାନେ ତାହା ବୁଝିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe