ନକଲି ଓଡ଼ିଆଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ: ଧର୍ମେନ୍ଦ୍ର

Advertisment
ନକଲି ଓଡ଼ିଆଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ: ଧର୍ମେନ୍ଦ୍ର

Times Now

ଭୁବନେଶ୍ବର : ଦଳେ କଳାପାହାଡ଼ ଓ ନକଲି ଓଡ଼ିଆଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି। ‘ଓଡ଼ିଶାର ପରିଚୟ ନବୀନ’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି। ତାଙ୍କର ଏପରି ମନ୍ତବ୍ୟ ସ୍ବେଚ୍ଛାଚାରିତା ଓ ଏକଚାଟିଆ ମନୋବୃତ୍ତିକୁ ପଦାରେ ପକାଇ ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, କିଛି ନକଲି ଓଡ଼ିଆ ଓଡ଼ିଶାରୁ ବର୍ଷକୁ ୧୦ ହଜାର କୋଟି ଟଙ୍କା ଲୁଟ୍‌ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ ପ୍ରତିପକ୍ଷକୁ ସୁଯୋଗ ନ ଦେଇ ପାର୍ ହୋଇଯିବେ ବୋଲି ଭାବୁଛନ୍ତି। କିନ୍ତୁ ରାଜ୍ୟବାସୀ ତାହାର ଠିକଣା ଜବାବ ଦେବେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ‘ଓଡ଼ିଶାର ପରିଚୟ ନବୀନ’ ବୋଲି କହିବା ହତାଶାର ପରିଚୟ। ଦୀର୍ଘ ୧୯ ବର୍ଷ ଶାସନର ଅହଙ୍କାରର ଏହା ପ୍ରତିଫଳନ। ଯଦି ନବୀ ଓଡ଼ିଶାର ପରିଚୟ, ତେବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜ, ମା’ ସମଲେଶ୍ବରୀ, ଧର୍ମପଦ, ଚାଖି ଖୁଣ୍ଟିଆଙ୍କ ବଳିଦାନ, ଚିଲିକା ହ୍ରଦ, ସମୁଦ୍ର କୂଳ, କୋଣାର୍କ ମନ୍ଦିର, ସମ୍ବଲପୁରୀ ଶାଢ଼ୀ କ’ଣ ?

ଗତ ୧୯ ବର୍ଷରେ ମୁଖ୍ୟମନ୍ତ୍ରୀ କ’ଣ କଲେ, ତାହାର ହିସାବ ଦେଲେ ନାହିଁ କିମ୍ବା ଆଗାମୀ ୫ ବର୍ଷରେ କ’ଣ କରିବେ, ସେ ନେଇ ମୁହଁ ଖୋଲିଲେ ନାହିଁ। କେବଳ ଦୁଇଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଛନ୍ତି। ‘ନରେନ୍ଦ୍ର ମୋଦୀ’ ଓ ‘ପରିବର୍ତ୍ତନ’ ଶବ୍ଦ ଶୁଣିଲେ ସେ ଅସହିଷ୍ଣୁ ହୋଇପଡ଼ୁଛନ୍ତି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ‌ଗୋଲକ ମହାପାତ୍ର ଓ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe