ଅପପ୍ରଚାର ଚାଲିଛି: ଧର୍ମେନ୍ଦ୍ର

Advertisment
ଅପପ୍ରଚାର ଚାଲିଛି: ଧର୍ମେନ୍ଦ୍ର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ହେଲିପ୍ୟାଡ୍‌ ପାଇଁ ଗଛ କଟା ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଯେଉଁମାନେ ଭୟଭୀତ ହୋଇପଡ଼ିଛନ୍ତି, ‌େସମାନେ ଡିଏଫ୍‌ଓଙ୍କ ପରି ଭଡ଼ାଟିଆଙ୍କୁ ଲଗାଇ ଅପପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କେଉଁଠି ଓହ୍ଲାଇବ, ଏହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି କରେ। ଡିଏଫ୍ଓ କ’ଣ ଏସ୍‌ପି ଓ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି କି ? ଗରିବ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବିଅର୍ ଫ୍ୟାକ୍ଟ୍ରି ପାଇଁ ସରକାର ହଜାର ହଜାର ଗଛ କଟାଇଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଭୟଭୀତ ହୋଇ ସେମାନେ ଏପରି ଅପପ୍ରଚାର କରୁଛନ୍ତି।

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏହି ପ୍ରସଙ୍ଗରେ କହିଛନ୍ତି, ଜିଲ୍ଲା ପ୍ରଶାସନ ହେଲିପ୍ୟାଡ୍‌ ନିର୍ମାଣ ଦାୟିତ୍ବରେ। ଯେତେବେଳେ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ସ୍ଥାନ ସ୍ଥିର ହେଲା, ସେତେବେଳେ ଡିଏଫ୍‌ଓ କୁଆଡ଼େ ଥିଲେ ? ବଲାଙ୍ଗୀରରେ ସମସ୍ତେ ଜାଣନ୍ତି, ହେଲିପ୍ୟାଡ୍‌ ସ୍ଥାନରେ ଗୋଟିଏ ବି ଚାରା ନ ଥିଲା। ଏଠାରେ କେବେ ଚାରା ଲଗାଯାଇଥିଲା, କେତେ ଲଗାଯାଇଥିଲା ଓ ଏଥିରେ କେତେ ଖର୍ଚ୍ଚ କରାଯାଇଥିଲା, ତାହାର ହିସାବ ଡିଏଫ୍‌ଓ ଦିଅନ୍ତୁ। ଗଛ ଲଗାଯିବା ନାଁରେ ଡିଏଫ୍‌ଓ ଓ ଅନ୍ୟ ଅଧିକାରୀମାନେ ଅର୍ଥ ଚଳୁ କରିଛନ୍ତି। ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଯଦି ଏତେ ଗଛ କଟାଯାଇଥିବା କୁହାଯାଉଛି, ସେହି ଗଛଗୁଡ଼ିକର ଗଣ୍ଡି କେଉଁଠି ଅଛି ? କେବଳ ଅସହିଷ୍ଣୁ ହୋଇ କିଛି ଲୋକ ଏପରି ଅପପ୍ରଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe