ଚାଷୀଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ବିରୋଧୀ: ଧର୍ମେନ୍ଦ୍ର

Advertisment
ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବୁ: ଧର୍ମେନ୍ଦ୍ର

Business Standard

ଭୁବନେଶ୍ୱର : କୃଷି ବିଲ୍‌କୁ ବିରୋଧ କରୁଥିବା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ଦୁଃଖର ବିଷୟ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ବ୍ରିଟିସ୍‌ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ ମାଧ୍ୟମରେ ଦେଶବାସୀଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି। କଂଗ୍ରେସ ୨୦୧୪ ପର ଠାରୁ ମୋଦୀ ସରକାରଙ୍କ ଦ୍ବାରା ନିଆଯାଇଥିବା ସବୁ ଭଲ ପଦକ୍ଷେପଗୁଡ଼ିକୁ ବିରୋଧ କରି ଆସୁଛି। ବିରୋଧ କରିବାରେ କଂଗ୍ରେସ ଆଗରେ ରହିଛି। ନିଜ ପ୍ରତିଶ୍ରୁତିକୁ ପୂରଣ ନ କରି କଂଗ୍ରେସ ନିଜ ଦାୟିତ୍ବରୁ ମଧ୍ୟ ଓହରୁଛି। ସଂସଦରେ କୃଷି ବିଲ୍‌ ପାରିତ ହେବା ଦ୍ବାରା ବିରୋଧୀଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିଛି। କୃଷି କ୍ଷେତ୍ର‌ରେ ଗୁରୁତ୍ବପୂର୍ଣ୍ଣ ସଂସ୍କାର ଆମ କୃଷକମାନଙ୍କୁ ସ୍ବାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ। ବିରୋଧୀ ଦଳର ନେତାଙ୍କ ଦ୍ବାରା କୃଷି ବିଲ୍‌ ଉପରେ ଅପପ୍ରଚାର ସତ୍ତ୍ବେ ୧୩୦ କୋଟି ଜନତା ପୁଣି ଥ‌ରେ ମିଥ୍ୟା ପ୍ରଚାରକାରୀଙ୍କ ମୁଖା ଖୋଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe