ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ: ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ବିଜେଡିକୁ ୨୫ ବର୍ଷ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। କେବଳ ସାଧାରଣ ଲୋକ ନୁହନ୍ତି, ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଆକ୍ରମଣ ହେଉଛି। ବାଲେଶ୍ୱରରେ ବାଲି ମାଫିଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କଲେ। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ? କିଏ ଏଠି ଶାସନ ଚଳାଉଛି? ରାଜ୍ୟ ସରକାର ମନେ ରଖିବା ଉଚିତ ଯେ ଦାୟିତ୍ବ ମିଳିଛି, ଜାଗିର ନୁହେଁ। ନବ ଦାସଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ। ତଦନ୍ତର ମୂଳଦୁଆକୁ ନେଇ ଅସାମଞ୍ଜସ୍ୟ ରହିଛି। ଏଠି ତୁମେ ଗୁହାରି କରିବ ଯାହାକୁ ଗେରସ୍ତ କରିଛି ତାହାକୁ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଣେ ତଦନ୍ତ ଉପରେ ହାଇକୋର୍ଟର ତଦାରଖ ନେଇ ପ୍ରଶ୍ନ ଉଠାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, କମିସନ ଆକ୍ଟରେ ନ୍ୟାୟାଧୀଶ ନିଯୁକ୍ତ ହୋଇନାହାନ୍ତି, ତଦାରଖ କରୁଥିବା ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାର କ’ଣ, ସେଥିରେ ସ୍ପଷ୍ଟତା ନାହିଁ। ପ୍ରତ୍ୟେକ ଅଭିଯୋଗ ପାଇଁଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୂୁ ପଡ଼ୁଛି। ୨୦୨୧ରେ ମାହାଙ୍ଗାରେ କୁଳମଣି ବରାଳଙ୍କ ହତ୍ୟା ହେଲା।  ପରିବାର ତରଫରୁ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ଲୋକ ପ୍ରତିନିଧି ସେତେବେଳର ମନ୍ତ୍ରୀଙ୍କ ନାଁରେ ଏତଲା ଦେବାକୁ ଗଲେ, ସ୍ଥାନୀୟ ପୁଲିସ ଏତଲାରେ କିନ୍ତୁ ମନ୍ତ୍ରୀଙ୍କ ନାଁ ରଖିଲା ନାହିଁ। ସେଠି କୋର୍ଟଙ୍କୁ କହିବାକୁ ପଡ଼ିଲା ଯେ ମନ୍ତ୍ରୀଙ୍କ ନାଁ ଏତଲାରେ ରଖ। ଗତ ବର୍ଷ ଡିସେମ୍ବର ୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପିଲା ଆନନ୍ଦ ଟପୋଙ୍କ ହତ୍ୟା ହେଲା। ପୁଲିସ ଆତ୍ମହତ୍ୟା ବୋଲି କହୁଛି। ସମସ୍ତଙ୍କୁ ଭେଟିବାକୁ ଚେଷ୍ଟା କରିଥିବେ ପରିବାର। ସବୁଠୁ ବିଫଳ ହେବା ପରେ ହାଇକୋର୍ଟ ଗଲେ। ଦୁଇ ଦିନ ତଳେ ଜଣେ ଯୁବତୀ ଶାସକ ଦଳର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଗଲେ। ପୁଲିସ ତାଙ୍କ କେସ ରଖିଲା ନାହିଁ, ଯେଉଁଥିପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହେଲେ।

ତଦନ୍ତର ମୂଳଦୁଆ ଯେଉଁଠି ଠିକ୍ ନାହିଁ, ସେଠି ସ୍ପଷ୍ଟତା ଆସିବନି। କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନୁହେଁ। ଏଣୁ ନୈତିକତା ଦୃଷ୍ଟିରୁ ଥାର୍ଡପାର୍ଟିକୁ ତଦନ୍ତ ଭାର ଦିଅନ୍ତୁ ରାଜ୍ୟ ସରକର। ପୁଲିସ ପ୍ରତି ମାଫିଆଙ୍କର ଡର ଛାଡ଼ିଗଲାଣି। ପୁଲିସ ତା କାମରେ ନାହିଁ। ପୁଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି। ଓଡିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ନିରବତା ଅବଲମ୍ବନ କରିବା ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ ସଚେତନ ହୁଅନ୍ତୁ, ଦାୟିତ୍ୱ ନିଅନ୍ତୁ। ଦାୟିତ୍ବ ମିଳିଛି ମାନେ ଜାଗିର ମିଳିନି। ଯାହା ଚାହିଁବେ ସେଇଆ କରିବେ। ଏହାକୁ ନେଇ ରାଜ୍ୟବ୍ୟାପି ଜନ ଜାଗରଣ ସୃଷ୍ଟି କରିବ ବିଜେପି।ତେଣେ ପୁଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe