ଭୁବନେଶ୍ବର : ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ୍ ବୁଲି ଦେଖିଛନ୍ତି। ଏହି ପ୍ଲାଣ୍ଟକୁ ଦେଶର ଏକ ଅନନ୍ୟ ଷ୍ଟିଲ୍ ପ୍ଲାଣ୍ଟ୍ ଭାବେ ବର୍ଣ୍ଣନା କରିବା ସହ ଭାରତୀୟ ରେଳର ଏକମାତ୍ର ଉତ୍ପାଦନ ଓ ଯୋଗାଣକାରୀ ଉଦ୍ୟୋଗର ମାନ୍ୟତା ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହି ଅବସରରେ ଏକ ଅତ୍ୟାଧୁନିକ କନ୍ଭର୍ଟର୍ର ଉଦ୍ଘାଟନ କରିଥିଲେ। ନୂଆ ସଂଯୋଗ କାରଣରୁ ଭିଲାଇ ଇସ୍ପାତ ପ୍ରକଳ୍ପର ଉତ୍ପାଦନ ବୃଦ୍ଧି ଘଟିବ ବୋଲି ସେ ଆଶାପ୍ରକଟ କରିଥିଲେ। ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଟ୍ରେଡ୍ ଉନ୍ନୟନ ଓ ଇସ୍ପାତ ପ୍ରକଳ୍ପର ଅଧିକାରୀ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଭିଲାଇ ସହରର ଜଗନ୍ନାଥ ସମିତି ତଥା ଓଡ଼ିଆ ସମାଜ ସମେତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ୍ ଦେଶର ଏକ ଭଲ ସମନ୍ବିତ ଇସ୍ପାତ ପ୍ରକଳ୍ପ : ଧର୍ମେନ୍ଦ୍ର
Advertisment
Follow Us