ଭୁବନେଶ୍ବର : ତିତଲି ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜାତୀୟ ରାଜପଥର ମରାମତି ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଲୋଚନା କରିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀମାନଙ୍କ ଉପସ୍ଥିତିରେ ଉଭୟ ମନ୍ତ୍ରୀ ଜାତୀୟ ରାଜପଥର ସ୍ଥିତି ନେଇ ସମୀକ୍ଷା କରିଥିଲେ। ତୁରନ୍ତ କ୍ଷତିଗ୍ରସ୍ତ ରାସ୍ତାର ମରାମତି କରି ଲୋକଙ୍କ ଯାତାୟତରେ ସୁବିଧା କରିବା ପାଇଁ ଗଡ଼କରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ। ଏ ନେଇ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ଗଡ଼କରୀ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର : ବାତ୍ୟା, ବନ୍ୟା ପ୍ରଭାବିତ ରାସ୍ତାର ମରାମତି ନେଇ ଆଲୋଚନା
Advertisment
Follow Us