ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ କଲେ ଅନୁରୋଧ

Advertisment
ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶାକୁ କେନ୍ଦ୍ରରୁ ସବୁ ସହଯୋଗ ମିଳିବ: ଧର୍ମେନ୍ଦ୍ର

Business Line

ଭୁବନେଶ୍ବର : ଭାରତ ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ୍‌ରେ ଓଡ଼ିଶାର ମହେନ୍ଦ୍ରଗିରି ପର୍ବତ ସାମିଲ ହେବା ଦରକାର। ଏଥିପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି। ଏ ସମ୍ପର୍କରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏ ନେଇ ନିର୍ଦ୍ଦିଷ୍ଟ ବିଭାଗକୁ ପ୍ରସ୍ତାବ ପଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ପୁରୀ କ୍ରିଷ୍ଣା ସର୍କିଟ୍‌ରେ ସାମିଲ କରାଯାଇଛି। ଗୋପାଳପୁର, ବରକୂଳ, ସାତପଡ଼ା ଓ ଟମ୍ପଡ଼ା ଉପକୂଳ ସର୍କିଟର ବିକାଶ ପାଇଁ ୨୦୧୬-୧୭ରେ ୭୦ କୋଟି ୮୨ ଲକ୍ଷ ଟଙ୍କା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ମଞ୍ଜୁର କରିଥିଲେ। ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ। ଏହା ରାମାୟଣର କଥାବସ୍ତୁ ସହିତ ଜଡ଼ିତ। କୁହାଯାଏ ଭଗବାନ ରାମ ଯେତେବେଳେ ଶିବ ଧନୁ ଭାଙ୍ଗିଥିଲେ ପର୍ଶୁରାମ୍‌ ମହେନ୍ଦ୍ରଗିରି ପର୍ବତ ଉପରେ ତପସ୍ୟା କରୁଥିଲେ। ଏହାର ଧାର୍ମିକ ଗୁରୁତ୍ବ ଥିବାରୁ ଏଠାରେ ସାମାଜିକ ଓ ସାଂସ୍କୃତିକ ପର୍ଯ୍ୟଟନ ବିକାଶର ଅନେକ ସମ୍ଭାବନା ରହିଛି। ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଅର୍ଥନୈତିକ ବିକାଶ ମଧ୍ୟ ତ୍ବାରାନ୍ବିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe