୭୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ଧର୍ମେନ୍ଦ୍ର: ୬ ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚଶିକ୍ଷାନୁଷ୍ଠାନ ସହ ଏମ୍‌ଓୟୁ

Advertisment

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କୋରାପୁଟର ତ୍ୟାଗ, ବଳିଦାନ ଓ ପରିଶ୍ରମ ଅତୁଳନୀୟ। ୨୦୩୬ରେ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ। ଏହା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ କରାଯିବ।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କୋରାପୁଟର ତ୍ୟାଗ, ବଳିଦାନ ଓ ପରିଶ୍ରମ ଅତୁଳନୀୟ। ୨୦୩୬ରେ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ। ଏହା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ କରାଯିବ।

dgdgvcvcv

କୋରାପୁଟ: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କୋରାପୁଟର ତ୍ୟାଗ, ବଳିଦାନ ଓ ପରିଶ୍ରମ ଅତୁଳନୀୟ। ୨୦୩୬ରେ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ। ଏହା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ କରାଯିବ। ଯାହାର ନେତୃତ୍ବ ନେବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୭୫୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭୂମି ପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶା ତଥା କୋରାପୁଟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ୬ଟି ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ,  ଆଇଆଇଟି ଭୁବନେଶ୍ୱର, ଏନ୍‌ଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଶ୍ରୀସଦାଶିବ କ୍ୟାମ୍ପ୍‌ସ (କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ) ପୁରୀ ମଧ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟକୁ ପୂରଣ ପାଇଁ ଏମ୍‌ଓୟୁ ‌ସ୍ବାକ୍ଷର ହୋଇଛି। ବହୁମୁଖୀ ଶିକ୍ଷା, ଗବେଷଣା, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ମାଧ୍ୟମରେ କ୍ରେଡିଟ୍ ସ୍ଥାନାନ୍ତର, ଯୁଗ୍ମ ଡିଗ୍ରି କାର୍ଯ୍ୟକ୍ରମ ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଦିଗରେ ଏହି ବୁଝାମଣା ସହାୟକ ହେବ। ଏହା କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବ। 

୬ ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚଶିକ୍ଷାନୁଷ୍ଠାନ ସହ ଏମ୍‌ଓୟୁ 
ଆସନ୍ତା ବର୍ଷରୁ ଏଆଇ, ଏଭିଏସନ୍‌ ମେଣ୍ଟେନାନ୍ସ ପାଠ୍ୟକ୍ରମ 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମୌଳିକ ଚାଷ ସହ ଫଳ, ପନିପରିବା, ପଶୁପାଳନ, ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବାର ଅନେକ ବିଷୟ କୋରାପୁଟ ସହ ଜଡ଼ିତ। ଏହି ଜିଲ୍ଲାରେ ବକ୍ସସାଇଟ୍ ଉତ୍ତୋଳନ ହେଉଥିବା ବେଳେ ଆଲୁମିନିୟମ ଓ ଅନେକ ଖଣିଜ ପଦାର୍ଥ ଉତ୍ପାଦନ ହେଉଛି। ହାଲ୍, ନାଲ୍‌କୋ, ଉତ୍କଳ ଆଲୁମିନିୟମ ଭଳି କରଖାନା ଓ ଅନେକ ଶିଳ୍ପାନୁଷ୍ଠାନ ରହିଛି। ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୃଷିଭିତ୍ତିକ, ଲଜିଷ୍ଟିକ୍ସରେ ୟୁଜି ଓ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ଶିକ୍ଷାବର୍ଷରୁ ଡିପ୍ଲୋମା, ଡିପ୍ଲୋମା ଇଞ୍ଜିନିୟରିଂ, ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ସହିତ ଏଆଇ, ମେସିନ ଲର୍ଣ୍ଣିଂ, ଏଭିଏସନ ମେଣ୍ଟେନାନ୍ସ, ଉଦ୍ୟମିତା, ହେଲଥ୍ ସାଇନ୍ସ ପାଠ୍ୟକ୍ରମ ଆରମ୍ଭ ପାଇଁ ଯୋଜନା ହେବ। ଛାତ୍ରଛାତ୍ରୀମାନେ ୟୁଜି କରିବେ ଏଆଇରେ, ଡିଗ୍ରି ପାଇବେ ଏଆଇରେ। ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କ ସମେତ କୋରାପୁଟ, ନବରଙ୍ଗପୁର ଜିଲ୍ଲାର ବିଧାୟକ, କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀ ଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe